ନୂଆଦିଲ୍ଲୀ : କମ୍ ଟ୍ରେଡିଂ ସେସନରେ ଥିବା କମ୍ପାନୀ ଗତ ସପ୍ତାହ ମଧ୍ୟରେ, ସେନସେକ୍ସର ଶୀର୍ଷ ୧୦ଟି ମଧ୍ୟରୁ ୯ଟି କମ୍ପାନୀର ବଜାର ପୁଞ୍ଜିକରଣ (ମାର୍କେଟ୍ କ୍ୟାପ୍)ରେ ସାମୂହିକ ଭାବେ ୨,୯୪,୧୭୦.୧୬ କୋଟି ଟଙ୍କାର ହ୍ରାସ ଘଟିଛି। ସବୁଠୁ ଅଧିକ କ୍ଷତିରେ ରହିଛି ଟାଟା କନ୍ସଲଟେନ୍ସି ସର୍ଭିସେଜ୍ (ଟିସିଏସ୍)। ଗତ ସପ୍ତାହ ବିଏସଇର ୩୦ ସେୟାରର ସେନ୍ସକ୍ସ ୨,୦୫୦.୨୩ ପଏଣ୍ଟ ବା ୨.୬୪ ପ୍ରତିଶତ ଖସିଛି, ଯାହାକି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟିରେ ୬୧୪.୮ ପଏଣ୍ଟ ବା ୨.୬୧ ପ୍ରତିଶତର କ୍ଷତି ରହିଛି।
ସେନସେକ୍ସର ଶୀର୍ଷ ୧୦ କମ୍ପାନୀ ଗୁଡ଼ିକ ମଧ୍ୟରେ ଟାଟା କନ୍ସଲଟେନ୍ସି ସର୍ଭିସେଜ୍ , ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍, ଇନଫୋସିସ୍ , ବଜାଜ ଫାଇନେନ୍ସ , ଆଇସିଆଇସିଆଇ ବ୍ୟାଙ୍କ , ଏଚଡିଏଫସି ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସବିଆଇ) ଓ ଆଇଟିସିର ବଜାର ମୂଲ୍ୟାଙ୍କନରେ ହ୍ରାସ ଘଟିଛି। ଭାରତୀ ଏୟାରଟେଲ୍ ଏକମାତ୍ର କମ୍ପାନୀ ରହିଛି, ଯାହାର ମାର୍କେଟ୍ ଭାଲ୍ୟୁ ବଢିଛି।
ଗତ ସପ୍ତାହରେ ଟିସିଏସ୍ର ମାର୍କେଟ୍ କ୍ୟାପ୍ ୧,୧୦, ୩୫୧.୬୭ କୋଟି ଟଙ୍କା ହ୍ରାସ ପାଇ ୧୧ ,୯୩,୭୬୯.୮୯ କୋଟି ଟଙ୍କାରେ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମାର୍କେଟ୍ କ୍ୟାପ୍ ୯୫,୧୩୨.୫୮ କୋଟି ଟଙ୍କା ହ୍ରାସ ପାଇ ୧୬,୩୦,୨୪୪.୯୬ କୋଟି ଟଙ୍କାରେ ଓ ଇନଫୋସିସର ୪୯,୦୫୦.୦୪ କୋଟି ଟଙ୍କାର କ୍ଷତିର ସହ ୬,୦୩,୧୭୮.୪୫ କୋଟି ଟଙ୍କାକୁ ଆସିଛି।
ବଜାଜ ଫାଇନାନ୍ସର ମାର୍କେଟ୍ ଭାଲ୍ୟୁ ୧୪,୧୨୭.୦୭ କୋଟି ଟଙ୍କା ହ୍ରାସ ପାଇ ୫,୪୦,୫୮୮.୦୫ କୋଟି ଟଙ୍କାରେ ରହିଛି। ଆଇସିଆଇସିଆଇ ବ୍ୟାଙ୍କର ମୂଲ୍ୟାଙ୍କନ ୯,୫୦୩.୬୬ କୋଟି ଟଙ୍କା ହ୍ରାସ ପାଇ ୯,୪୩,୨୬୪ .୯୫ କୋଟି ଟଙ୍କାକୁ ଆସିଛି। ପ୍ରାଇଭେଟ୍ ସେକ୍ଟରର ଏଚଡିଏଫସି ବ୍ୟାଙ୍କର ମୂଲ୍ୟାଙ୍କନ ୮,୮୦୦.୦୫ କୋଟି ଟଙ୍କା ହ୍ରାସ ପାଇଁ ୧୩,୯୦,୪୦୮.୬୮ କୋଟି ଟଙ୍କାରେ ପହଞ୍ଚିଛି ଏବଂ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ର ମୂଲ୍ୟାଙ୍କନ ୩,୫୦୦.୮୯ କୋଟି ଟଙ୍କା ହ୍ରାସ ପାଇ ୫,୨୭,୩୫୨.୦୧ କୋଟି ଟଙ୍କାରେ ରହିଛି।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମାର୍କେଟ୍ କ୍ୟାପ୍ ୩,୩୯୧.୩୫ କୋଟି ଟଙ୍କା ହ୍ରାସ ପାଇ ୬,୮୫,୨୩୨.୩୩ କୋଟି ଟଙ୍କା ରହିଛି। ଆଇଟିସିର ମାର୍କେଟ୍ ଭାଲ୍ୟୁ ୩୧୨.୮୫ କୋଟି ଟଙ୍କା ହ୍ରାସ ପାଇ ୫,୧୨,୫୧୫.୭୮ କୋଟି ଟଙ୍କାକୁ ଆସିଛି। ଏହାର ବିପରୀତ ଭାରତୀ ଏୟାରଟେଲ୍ର ମାର୍କେଟ୍ କ୍ୟାପ୍ ୭,୦୧୩.୫୯ କୋଟି ଟଙ୍କା ବଢି ୯,୯୪,୦୧୯.୫୧କୋଟି ଟଙ୍କାରେ ପହଞ୍ଚିଛି।
ଶୀର୍ଷ ୧୦କମ୍ପାନୀର ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରଥମ ସ୍ଥାନରେ ସ୍ଥିର ରହିଛି। ଏହାପରେ କ୍ରମଶଃ ଏଚଡିଏଫସି ବ୍ୟାଙ୍କ , ଟିସିଏସ , ଭାରତୀ ଏୟାରଟେଲ୍ , ଆଇସିଆଇସିଆଇ ବ୍ୟାଙ୍କ , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ , ଇନ୍ଫୋସିସ୍ , ବଜାଜ ଫାଇନାନ୍ସ , ହିନ୍ଦୁସ୍ତାନ ୟୁନିଲିଭର ଓ ଆଇଟିସିର ସ୍ଥାନ ରହିଛି।