ନୂଆଦିଲ୍ଲୀ, ୧୩/୦୪ : ଆଶା ଭୋସଲେଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ନାତୁଣୀ ଜନାଈ ଭୋସଲେ। ଜେଜେ ମାଙ୍କ ଶେଷ ଯାତ୍ରା ବେଳେ ବୋଲ ମାନୁନି ଲୁହ। ଆଖିରୁ ଧାର ଧାର ହୋଇ ବହି ଯାଉଛି ଅଶ୍ରୁ। ମନେ ପଡିଯାଉଛି ଜେଜେମାଆଙ୍କ ଆଦର ଆକଟ। ଆଉ କିଏ ଡାକିବ ସେହି ସ୍ନେହବୋଳା ଡାକ। ନାତୁଣୀ ଜନାଈଙ୍କୁ ଆଶା ଡାକୁଥିଲେ 'ଛୋଟି ସି ଆଶା'। ଆଜି ଶେଷ ଯାତ୍ରା ବେଳେ ସେହି ଛୋଟ ଛୋଟ ସ୍ମୃତିକୁ ମନେ ପକାଇ ଝୁରୁଥିଲେ ଜନାଈ। କୁହନ୍ତି ମୂଳଠୁ ଅଧିକ ସୁଧ ପସନ୍ଦ। ଆଜି ଜନାଈଙ୍କୁ ଦେଖି ଜଣାପଡ଼ୁଛି ଜେଜେମା-ନାତୁଣୀଙ୍କର କେମିତି ଥିଲା ବଣ୍ଡିଂ।

​​​​​​​

ଆହୁରି ପଢନ୍ତୁ- ରେକର୍ଡିଷ୍ଟଙ୍କୁ ପସନ୍ଦ ଆସିନଥିଲା ଆଶାଙ୍କ ସ୍ୱର, ରାତି ୨ଟାରେ ଷ୍ଟୁଡିଓରୁ ବାହାର କରାଯାଇଥିଲା

ଆଶା ଭୋସଲେଙ୍କ ଶେଷ ଦର୍ଶନ ବେଳେ ଜନାଈ ଦୁଃଖରେ ମ୍ରିୟମାଣ ହୋଇ କାନ୍ଦୁଥିଲେ। ଶ୍ରଦ୍ଧାଞ୍ଜଳୀ ଦେବାକୁ ଆସିଥିବା ଲୋକମାନେ ବି ଜନାଈଙ୍କୁ ଦେଖି ସାନ୍ତ୍ଵନା ଦେଉଥିଲେ। ଅଭିନେତ୍ରୀ ତବୁଙ୍କ ଠାରୁ ନେଇ ରିତେଶ ଦେଶମୁଖ... ସଚ୍ଚିନ ତନ୍ଦୁଲକରଙ୍କ ଠାରୁ ନେଇ ମହମ୍ମଦ ସିରାଜ ତାଙ୍କୁ ସାନ୍ତ୍ଵନା ଦେଇଛନ୍ତି। ଭୋସଲେ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।