ନୂଆଦିଲ୍ଲୀ: ୬ ଟଙ୍କାର ପେପର ବ୍ୟାଗ୍ ପାଇଁ ଜୋତା କମ୍ପାନୀ ବାଟା ଗଣିବ ୧୦ ହଜାର ଟଙ୍କାର ତଣ୍ଡ । ଦିଲ୍ଲୀର ଖାଉଟି ଅଦାଲତରେ ଏକ ମାମଲାର ଶୁଣାଣି ହୋଇଛି । ଯେଉଁଥିରେ କୋର୍ଟ କହିଛନ୍ତି କି, କମ୍ପାନୀ ଗ୍ରହକଙ୍କଠାରୁ ବ୍ୟାଗ୍ ପାଇଁ ଦେୟ ନେଇପାରିବେ । ମାତ୍ର ଏହା ପୂର୍ବରୁ ଗ୍ରାହକଙ୍କୁ ଜଣାଇବା ଆବଶ୍ୟକ । ଦୋକାନର କୌଣସି ସ୍ଥାନରେ କୌଣସି ନୋଟିସପୋଷ୍ଟକରାଯାଇନଥିଲେମଧ୍ୟଗ୍ରାହକଙ୍କୁବିଲିଂକାଉଣ୍ଟରରେବ୍ୟାଗଚାର୍ଜବିଷୟରେଅବଗତକରାଯାଇଥିଲା ।କୋର୍ଟଏହିଛୋଟତ୍ରୁଟିକୁଗ୍ରାହକଅଧିକାରରଉଲ୍ଲଂଘନବୋଲିବିବେଚନାକରିଥିଲେ।
ଦିଲ୍ଲୀର ପ୍ରୀତି ଅଗ୍ରଓ୍ବାଲ ୨୦୨୩ ମସିହାରେ ବାଟା ସୋ’ରୁମରୁ ୧୪୯୯ ଟଙ୍କାର ଜୋତା କିଣିଥିଲେ । ମାତ୍ର ଯେତେବେଳେ ସେ, କାଉଣ୍ଟରକୁ ପେମେଣ୍ଟ କରିବା ପାଇଁ ଗଲେ ସେତେବେଳେ ବ୍ୟାଗ୍ ବାବଦକୁ ଅତିରିକ୍ତ ୬ ଟଙ୍କା ଦେବାକୁ କହିଥିଲେ । ଯାହାକୁ ନେଇ ଯୁକ୍ତି କରିଥିଲେ ପ୍ରୀତି । କାଗଜ ବ୍ୟାଗ ପାଇଁ କାହିଁକି ଟଙ୍କା ଦେବି ବୋଲି କହିଥିଲେ । ଏହାସହ ସେ କହିଥିଲେ କି, ମୋତେ ପୂର୍ବରୁ ଜଣାଇନାହଁ କିମ୍ବା ସୋ’ରୁମ ଭିତରେ କୌଣସି ସ୍ଥାନରେ ମଧ୍ୟ ଲେଖା ହୋଇନାହିଁ । ମୁଁ ଅତିରିକ୍ତ ଟଙ୍କା ଦେବିନି ବୋଲି କହିଥିଲେ । କୌଣସି ଗ୍ରାହକ କଣ ଚପଲ ଡବା ନେଇ ଘରକୁ ଯିବ କି ବୋଲି କହିଥିଲେ । ଯେଉଁ କାରଣରୁ ଯୁକ୍ତି ହୋଇଥିଲା ଏବଂ ଖାଉଟି ଅଦାଲତରେ ପହଞ୍ଚିଥିଲେ ପ୍ରୀତି ।
ସେପଟେ ଏହି ଘଟଣାରେ ବାଟା ନିଜର ପକ୍ଷ ରଖିଥିଲା । କମ୍ପାନୀ ପକ୍ଷରୁ କୁହାଯାଇଥିଲା କି, ଚପଲ ଦେବା ପାଇଁ ଅଲଗା କମ୍ପାନୀର ବ୍ୟାଗ ଗ୍ରାହକଙ୍କୁ ଦିଆଯାଉଛି । ଯେଉଁଥିରେ ଏହାର ମୂଲ୍ୟ ମଧ୍ୟ ଲେଖାଯାଇଛି ।ଗ୍ରାହକଙ୍କ ଅନୁମତି ପରେ ଏହି ମୂଲ୍ୟ ନିଆଯାଉଥିବା ଦାବି କରାଯାଇଥିଲା । ଅଦାଲତ କହିଥିଲେ କି, କୌଣସି ବ୍ରାଣ୍ଡିଂ ନଥିବା ବ୍ୟାଗ ପାଇଁ ଦେୟ ଦେଇପାରିବେ । କିନ୍ତୁ ଏସମ୍ପର୍କରେ ନୋଟିସ୍ ମାରିବା ଜରୁରୀ । ଏ ସମ୍ପର୍କ ଗ୍ରାହକଙ୍କୁ ଜଣାଇବା ଦରକାର । ମାତ୍ର ଏହା ପାଳନ ହୋଇନଥିବାରୁ ଗ୍ରାହକଙ୍କ ଆଇନଗତ କ୍ଷତି ପୂରଣ ପାଇଁ ୧୦, ହଜାର ଟଙ୍କାର ଫାଇନ୍ କରାଯାଇଛି ।
ଏହାସହ ପଢ଼ନ୍ତୁ : India vs Afghanistan: ଇଶାନ-ଗିଲଙ୍କ ଶତକୀୟ ପାଳି, ଆଫଗାନିସ୍ତାନ ଆଗରେ ୪୦୩ ରନର ବିଶାଳ ଲକ୍ଷ୍ୟ ରଖିଲା ଭାରତ