ନୂଆଦିଲ୍ଲୀ: ଗର୍ଜିଲା ଶୁଭମନ ଗିଲ୍ ଏବଂ ଇଶାନ କିଷନଙ୍କ ବ୍ୟାଟ୍ । ଶତକୀୟ ପାଳି ବଳରେ ବିଶାଳ ସ୍କୋର କଲା ଭାରତ । ୪୯.୫ ବଲରେ ଅଲଆଉଟ ୪୦୨ ରନ କରିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୧୫୪ ରନର ପାଳି ଖେଳିଥିବାବେଳେ ଇଶାନ କିଷନ ୧୨୫ ରନ କରିଛନ୍ତି ।

 

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତର ଓପନର ବ୍ୟାଟ୍ସମ୍ୟାନ ଜୟସ୍ବାଲ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ । ମାତ୍ର ସାଥୀ ଅଭିଜ୍ଞ ଓପନର ରୋହିତ ଶର୍ମା ଅଧିନାୟକ ଶୁଭମନ ଗିଲଙ୍କ ସହ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ରୋହିତ ଶର୍ମା ୪୮ ରନ୍ କରି ଆଉଟ୍ ହୋଇଛନ୍ତି । ଅର୍ଦ୍ଧଶତକରୁ ମାତ୍ର ୨ ରନ ପାଇଁ ବଞ୍ଚିତ ହୋଇଥିଲେ ।

 

 

ରୋହିତଙ୍କ ପରେ ଇଶାନ କିଷନ ଏବଂ ଗିଲ୍ ଯୋଡ଼ି ଦମଦାର ପ୍ରଦର୍ଶନ କରିଥିଲେ । ଗିଲ୍ ୧୫୪ ଏବଂ ଇଶାନ ୧୨୫ ରନ କରିଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟସ ୨୬ ଏବଂ ସୁନ୍ଦର ୧୯ ରନ କରିବାରେ ସକ୍ଷମ ହୋଇଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । 

 

 

ସେପଟେ ଆଫଗାନିସ୍ତାନ ପକ୍ଷରୁ ଖରୋତି ସର୍ବାଧିକ ୪ ଓ୍ବିକେଟ୍ ନେଇଥିବାବେଳେ ରସିଦ ଖାନ ୩ ଓ୍ବିକେଟ୍ ନେଇଛନ୍ତି ।