PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ମାତ୍ର କିଛି ମିନିଟରେ ଆଉଟ୍ ଅଫ୍ ଷ୍ଟକ୍ ହେଲା ଏହି ‘ମେଡ୍ ଇନ୍ ଇଣ୍ଡିଆ’ ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ…

ନୂଆଦିଲ୍ଲୀ ୨୪/୫: ଲାଭା ଅଗ୍ନି-୨ ୫ଜି ସ୍ମାର୍ଟଫୋନ୍ ଗତ ସପ୍ତାହରେ ଭାରତରେ ଲଞ୍ଚ୍ ହୋଇଥିଲା । ଏହା ଏକ ମେଡ୍ ଇନ୍ ଇଣ୍ଡିଆ ସ୍ମାର୍ଟଫୋନ୍ । ତେବେ ଲଞ୍ଚିଂଠୁ ଆରମ୍ଭ କରି ଏପର୍ଯ୍ୟନ୍ତ ଏହି ଫୋନକୁ ଜବରଦସ୍ତ ରେସପନ୍ସ ମିଳୁଛି ଏବଂ ଏହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି । ଆପଣଙ୍କୁ କହିରଖୁଛୁ ମେ ୨୪ରୁ ଆମାଜନରେ ଏହି ସ୍ମାର୍ଟଫୋନର ସେଲ୍ ଦ୍ୱିପ୍ରହର ୧୨ଟାରୁ ଆରମ୍ଭ ହୋଇଥିଲା  । ସେଲ୍ ଆରମ୍ଭ ହେବାର ମାତ୍ର କିଛି ମିନିଟ୍ ମଧ୍ୟରେ ସ୍ମାର୍ଟଫୋନ୍ ଆଉଟ୍ ଅଫ୍ ଷ୍ଟକ୍ ହୋଇଯାଇଛି । ଏଥିରୁ ଜଣାପଡୁଛି କି ଏହି ୟୁନିକ୍ ଏବଂ ପ୍ରିମିୟମ୍ ଡିଜାଇନ୍ ସ୍ମାର୍ଟଫୋନକୁ ଗ୍ରାହକ କେତେ ପସନ୍ଦ କରୁଛନ୍ତି ।

ଲାଭା ଅଗ୍ନି ୨ ୫ଜିର ଦାମ୍ ୨୧,୯୯୯ ଟଙ୍କା । ଲଞ୍ଚ୍ ଅଫର ଅନୁସାରେ ଲାଭା ସମସ୍ତ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ଫ୍ଲାଟ୍  ୨ ହଜାର ଟଙ୍କାର ରିହାତି ଦେଉଛି । ଏହାର ଅର୍ଥାତ୍ କି ଆଗ୍ରହୀ କଷ୍ଟମର ସ୍ମାର୍ଟଫୋନକୁ ୧୯,୯୯୯ ଟଙ୍କାରେ କିଣିପାରିବେ । ଲାଭା ଅଗ୍ନି ୨ ୫ଜି ଗ୍ଲାସ୍ ଭିରିଡିୟନ୍ କଲରରେ ଉପଲବ୍ଧ ।

ଏଥିରେ ୧୦୮୦ x୨୪୦୦ ପିକ୍ସେଲ ରିଜୋଲ୍ୟୁସନ ସହିତ ୬.୭୮ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ରହିଛି । ଡିସପ୍ଲେ ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ଏବଂ ୯୫୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଅଫର କରିଥାଏ । ପରର୍ଫମାନ୍ସ କଥା କହିବା ତ ଏଥିରେ ୫ଜି କନେକ୍ଟିଭିଟି ସପୋର୍ଟ କରିଥାଏ ଏବଂ ଅକ୍ଟା-କୋର୍ ମିଡିଆଟେକ୍ ଡାଇମେନ୍ସନ ୭୦୫୦ ଚିପସେଟ୍ ଦ୍ୱାରା ସଞ୍ଚାଳିତ ହୋଇଥାଏ । ଲାଭା ଅଗ୍ନି ୨ରେ ୮ ଜିବି ରାମ୍ ଏବଂ ୨୫୬ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ରହିଛି । ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୩ ଅପରେଟିଂ ସିଷ୍ଟମ ଚଲାଇଥାଏ । ଲାଭା ୨ ବର୍ଷର ଆଣ୍ଡ୍ରଏଡ୍ ଓଏସ୍ ଅପଡେଟ୍ ଏବଂ ୩ ବର୍ଷର ସିକ୍ୟେରିଟି ଅପଡେଟ ମଧ୍ୟ ଦେଉଛି ।

ଫୋନରେ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ରହିଛି । କ୍ୟାମେରା ମଡ୍ୟୁଲରେ f/1.88 ଆପେର୍ଚର ବିଶିଷ୍ଟ ୫୦ ଏମପିର ମେନ୍ ସେନ୍ସର, ଏକ ଅଲ୍ଟ୍ରା-ୱାଇଡ୍ ଆଙ୍ଗେଲ୍ ଲେନ୍ସ, ଏକ ଡେପ୍ଥ ଏବଂ ଏକ ମାକ୍ରୋ ସେନ୍ସର ସାମିଲ । ଫ୍ରଣ୍ଟରେ ସେଲ୍ଫି ଏବଂ ଭିଡିଓ କଲ୍ ପାଇଁ ୧୬ ଏମପିର କ୍ୟାମେରା ରହିଛି ।