ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ସାର୍ବଜନୀନ କରାଯାଉଛି ସମ୍ବେଦନଶୀଳ ରିପୋର୍ଟ

ନୂଆଦିଲ୍ଲୀ,୨୫ ।୧: ସୁପ୍ରିମକୋର୍ଟଙ୍କ କଲେଜିୟମକୁ ଗତକାଲି ପୁଣି ଟାର୍ଗେଟ କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ । କହିଛନ୍ତି ଗୁଇନ୍ଦା ବ୍ୟୁରୋ ଏବଂ ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ)ର ଅତ୍ୟନ୍ତ ସମ୍ବେଦନଶୀଳ ରିପୋର୍ଟର କିଛି ଅଂଶକୁ କଲେଜିୟମ ସାର୍ବଜୀନନ କରିଦେଉଛନ୍ତି । ଯାହାକି ଘୋର ଉଦ୍‌ବେଗର ବିଷୟ ।

ଆଇନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରରେ ଯୋଗଦେବା ଅବସରରେ ରିଜିଜୁ କହିଛନ୍ତି ଯେ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ଦେଶ ପାଇଁ ଗୋପନ ଭାବେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ରିପୋର୍ଟ ଯଦି ସାର୍ବଜନୀନ କରିଦିଆଯିବ ତେବେ ଭବିଷ୍ୟତରେ ସେମାନେ ରିପୋର୍ଟ ଲେଖିବା ପୂର୍ବରୁ ଦୁଇଥର ଚିନ୍ତା କରିବେ । ହାଇକୋର୍ଟରେ ନିଯୁକ୍ତି ଲାଗି କିଛି ବିଚାରପତିଙ୍କ ନାମ ଗତ ସପ୍ତାହରେ କେନ୍ଦ୍ର ସରକାର ସୁପାରିସ କରିଥିବା ବେଳେ ସେଥିରେ ରହିଥିବା ଗୁଇନ୍ଦା ବିଭାଗ ଓ ର’ର ଗୋପନ ରିପୋର୍ଟର କିଛି ଅଂଶକୁ କଲେଜିୟମ ସାର୍ବଜନୀନ କରିଦେଇଥିବାରୁ ତା ଉପରେ ରିଜିଜୁ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଯେ ୫ ଜଣ ଓକିଲଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବା ଲାଗି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର କଲେଜିୟମ କେନ୍ଦ୍ର ସରକାରଙ୍କୁ ପୁଣିଥରେ ସୁପାରିସ କରିଥିଲେ । ତେବେ ସମ୍ପୃକ୍ତ ଓକିଲଙ୍କ ସମ୍ପର୍କରେ ଗୁଇନ୍ଦା ବିଭାଗ ଓ ର ଦେଇଥିବା ରିପୋର୍ଟକୁ କଲେଜିୟମ ସାର୍ବଜନୀନ କରିଦେଇଥିଲେ । ସେଥିରେ ଗୋଟିଏ ମାମଲା ଥିଲା ଓକିଲ ସୌରଭ କ୍ରିପାଲଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବା ପ୍ରସ୍ତାବ । ର ଏହି ନାମ ଉପରେ ଦୁଇଟି ଆପତ୍ତି ଉଠାଇଥିଲା । ଗୋଟିଏ ଥିଲା ସୌରଭ କ୍ରିପାଲଙ୍କ ସାଥୀ ନିକୋଲାସ ଜର୍ମେନ ୱାକମ୍ୟାନ ଜଣେ ସ୍ୱିସ୍‌ ନାଗରିକ ଏବଂ ସେ ସ୍ୱିସ ଦୂତାବାସରେ କାମ କରୁଛନ୍ତି । ଦ୍ୱିତୀୟଟି ଥିଲା ସୌରଭ କ୍ରିପାଲ ଜଣେ ସମଲିଙ୍ଗୀ । ଯେଉଁଥି ପାଇଁ କେନ୍ଦ୍ର ସରକାର ତାଙ୍କ ନାମ ଉପରେ ଆପତ୍ତି ଉଠାଇବା ସହ ଫାଇଲ ଫେରାଇ ଦେଇଥିଲେ । ମାତ୍ର କଲେଜିୟମ ପୁଣିଥରେ ତାଙ୍କ ନାମ ବିଚାରପତି ନିଯୁକ୍ତି ଲାଗି ସୁପାରିସ କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.