ଚନ୍ଦନେଶ୍ଵର ୧୫|୫ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକରେ ୫୦ଟି ପଞ୍ଚାୟତରେ ୬ଟି ଲକ୍ଷ୍ମୀ ବସ୍ ଚାଲୁ ରହିଥିବା ବେଳେ, ଏଥିପାଇଁ ଗାଁ ଗହଳିର ଲୋକ ମାନେ ବହୁ ଉପକୃତ ହେଉଥିଲେ। ଦୀର୍ଘ ୧୪ ମାସ ହେଲା ବସ୍ ଚଳାଉଥିବା ଡ୍ରାଇଭର ମାନେ ମାସକୁ ପ୍ରାୟ ୧୩ ହଜାର ୫୦୦ ଟଙ୍କା ଦରମା ପାଉଥିଲେ। ମାତ୍ର ଦରମା ବୃଦ୍ଧି କରିବା ପାଇଁ ସେମାନେ ଦାବି କରି ଆସୁଥିବା ବେଳେ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତେଣୁ ବାଧ୍ୟ ହୋଇ ଆଜି (ଗୁରୁବାର)ସମସ୍ତ ଗାଡ଼ିକୁ ବନ୍ଦ କରିଛନ୍ତି ଡ୍ରାଇଭର ମାନେ। ତେବେ ଯେ ପର୍ଯ୍ୟନ୍ତ ସେମାନଙ୍କ ଦରମା ବୃଦ୍ଧି ନହୋଇଛି, ସେ ପର୍ଯ୍ୟନ୍ତ ଏଭଳି ବସ୍ ସେବା ବନ୍ଦ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।