PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ରାଶି ଅନୁସାରେ ଜାଣନ୍ତୁ କେଉଁ ସ୍ବଭାବର ହୋଇଥିବ ଆପଣଙ୍କ ଜୀବନସାଥୀ

ସମସ୍ତଙ୍କ ଜୀବନରେ ବିବାହ ବହୁତ ମହତ୍ତ୍ବପୂର୍ଣ୍ଣ ରଖେ। ଆମେ ସମସ୍ତେ ଏହା ଜାଣିବା ପାଇଁ ଉତ୍କଣ୍ଠା ହେଉ କି ଆମ ଜୀବନର ଜୀବନସାଥୀଟିଏ କିଭଳି ଦେଖାଯାଉଥିବ, କେମିତି ସ୍ବଭାବର ହୋଇଥିବ ? ଏହି ସମସ୍ତ ବିଷୟରେ ଆମେ ବିବାହ ପୂର୍ବରୁ ହିଁ ଅଧିକ ଜାଣିବାକୁ ଚାହିଁଥାଉ। ଏମିତିରେ ଆମେ ଆପଣଙ୍କୁ ରାଶି ଅନୁସାରେ ଜଣାଇବାକୁ ଚାହୁଁଛୁ କି ଆପଣଙ୍କ ଜୀବନସାଥୀ କେମିତି ହୋଇଥିବ?

ମେଷ ରାଶି:  ଏହି ରାଶିର ବ୍ୟକ୍ତିଙ୍କ ପାଖରେ ସକରାତ୍ମକ ଚିନ୍ତାଧାରା ଭରପୁର ଭାବେ ରହିଥାଏ। ଏମାନେ ସବୁବେଳେ କିଛି ଭଲ କରିବାକୁ ଚେଷ୍ଟା କରିଥାନ୍ତି। ଏହି ରାଶିର ବ୍ୟକ୍ତିଙ୍କ ମନ ସର୍ବଦା ସଫା ଥାଏ। ଏମାନେ ଏହା ଭାବନ୍ତି କି, ଦୁନିଆଁ ବହୁତ ସୁନ୍ଦର। ଯଦି ଆପଣ କେବେ ଏକଲାପଣ ଅନୁଭବ କରୁଛନ୍ତି ତେବେ ଏମାନଙ୍କୁ ନିଜ ହୃଦୟ ଦେଇପାରିବେ। ଏହି ବ୍ୟକ୍ତି ମାନେ ଖୁସି ସ୍ବଭାବର ହୋଇଥାନ୍ତି। କେବଳ ଏତିକି ନୁହେଁ, ଏମାନେ ଭଲ ସାଙ୍ଗ ହେବା ସହିତ ଖରାପ ସମୟରେ ବି ଆପଣଙ୍କ ସାଥ୍ ଦେଇଥାନ୍ତି।

ବୃଷ ରାଶି: ଏହି ରାଶିର ଜୀବନସାଥୀ ବିଶ୍ବସ୍ତନୀୟ ଅଟନ୍ତି। ଅନ୍ୟକୁ ସାହାଯ୍ୟ କରିବାକୁ ଏମାନେ ବହୁତ ଭଲ ପାଆନ୍ତି।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତି ବହୁତ ଜ୍ଞାନୀ ହୋଇଥାନ୍ତି। ବିଦ୍ବାନ ଓ ବୁଦ୍ଧିମାନ ହେବା ସହିତ ଏମାନେ ବହୁତ ଦୃଢ଼ ହୋଇଥାନ୍ତି। ଯଦି ଏମାନେ ଆପଣଙ୍କୁ କିଛି ଉପଦେଶ ଦେଉଛନ୍ତି ତ ତାହାକୁ ଧ୍ୟାନର ସହିତ ଶୁଣନ୍ତୁ। ଭବିଷ୍ୟତରେ ଏହା କାମରେ ଆସିବ।

କର୍କଟ ରାଶି: ଏହି ରାଶିର ବ୍ୟକ୍ତିମାନେ ଅନ୍ୟକୁ ସାହାଯ୍ୟ କରିବାରେ କେବେ ହେଲେ ପଛାନ୍ତି ନାହିଁ। କର୍କଟ ରାଶି ଓ ଅନ୍ୟ ରାଶି ମଧ୍ୟରେ ଗୋଟିଏ ବଡ଼ ଫରକ ଏହା କି, ଏହି ବ୍ୟକ୍ତି ନିଜ ସୀମାଠାରୁ ଆଗକୁ ଯାଇ ଅନ୍ୟକୁ ସାହାର୍ଯ୍ୟ କରିଥାଏ। କେବଳ ପରିବାର କି ସାଙ୍ଗ ସାଥୀ ନୁହେଁ ଅଜଣା ଲୋକଙ୍କୁ ମଧ୍ୟ ଏମାନେ ସାହାର୍ଯ୍ୟ କରିଥାନ୍ତି।

ସିଂହ ରାଶି: ଏମାନେ ହୃଦୟରୁ ବହୁତ ମଜବୁତ ଅଟନ୍ତି। ଏମିତିରେ ଏମାନେ ବହୁତ ଚୁପଚାପ୍ ରୁହନ୍ତି କିନ୍ତୁ ବହୁତ ମଜବୁତ୍ ଥାନ୍ତି। ନିଜ ଭିତରେ ବହୁତ କଥା ଲୁଚାଇ ରଖି ଅନ୍ୟକୁ ଖୁସି କରାଇବାକୁ ଚେଷ୍ଟା କରନ୍ତି।

କନ୍ୟା ରାଶି: ଏହି ରାଶିର ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ଆଗକୁ ବଢ଼ାଇବାକୁ ପ୍ରୋତ୍ସାହନ ଦେଇଥାନ୍ତି। ଏମାନଙ୍କ ହୃଦୟ ବହୁତ ସଫା। ଆପଣ ଏମାନଙ୍କ ଉପରେ ଭରସା କରିପାରିବେ।

ତୁଳା ରାଶି: ଏହି ବ୍ୟକ୍ତିମାନେ ଭଲ ପାଇଁ ନିଜକୁ ଆହୁରି ଭଲ କରିବା ପାଇଁ ଚେଷ୍ଟା କରନ୍ତି ଓ ଏଥିରେ ବିଶ୍ବାସ ରଖନ୍ତି। ଏମାନେ ନିଜ କାମକୁ ନେଇ ପୁରା ସନ୍ତୁଷ୍ଟ ଥାନ୍ତି।

ବିଛା ରାଶି: ଏହି ରାଶିର ବ୍ୟକ୍ତି ବହୁତ ସର୍ଜନାତ୍ମକ ହୋଇଥାନ୍ତି। ଏମାନେ ସ୍କେଚିଙ୍ଗ୍ ଓ ଡ୍ରଇଂ କରିବାକୁ ବହୁତ ପସନ୍ଦ କରନ୍ତି। ବୋରିଂ କଥାରେ କିଛି ନୂଆ ଜ୍ଞାନ ଦେବାକୁ ଏମାନେ ବହୁତ ପସନ୍ଦ କରନ୍ତି। ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ଏମାନେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ।

ଧନୁ ରାଶି: ଏହି ରାଶିର ବ୍ୟକ୍ତିମାନେ ଅନ୍ୟ କଥାରେ ମୁଣ୍ଡ ଖେଳାନ୍ତି ନାହିଁ। ଏହା ବହୁତ ମହତ୍ତ୍ବପୂର୍ଣ୍ଣ ରଖେ। ଲୋକଙ୍କ ସହିତ କଥା ହେବାକୁ ଏମାନେ ବହୁତ ପସନ୍ଦ କରନ୍ତି। ସେହି କାରଣ ଯୋଗୁଁ ଗ୍ରୁପରେ ଏମାନଙ୍କ ଦୋସ୍ତୀ ବଢ଼ିଯାଏ। ଏମାନେ ସବୁ ପ୍ରକାଶ ବ୍ୟକ୍ତିଙ୍କ ସହିତ ବହୁତ ସହଜରେ ମିଶିଯାଆନ୍ତି।

ମକର ରାଶି: ଏମାନଙ୍କ ଜୀବନରେ ବହୁତ ଫୋକସ ହୋଇଥାଏ। କୈାଣସି ଜିନିଷକୁ ଏମାନେ ହାତଛଡ଼ା କରିବାକୁ ଦିଅନ୍ତି ନାହିଁ। ଏହା ସେମାନଙ୍କ ପ୍ରୋଫେସନାଲ ଲାଇଫ୍ ହେଉ କି ପର୍ସନାଲ ହେଉ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ପ୍ରକୃତି, ଗଛ ଲତାକୁ ବହୁତ ଭଲ ପାଆନ୍ତି। ଘରର ଚାରିକଡ଼େ ଗଛଲତା ରହିବାକୁ ଏମାନେ ବହୁତ ପସନ୍ଦ କରନ୍ତି।

ମୀନ ରାଶି: ଏହି ରାଶିର ବ୍ୟକ୍ତିଙ୍କ କଥାବର୍ତ୍ତା ଓ ସ୍ବଭାବ ବହୁତ ଭଲ। ବହୁତ କମ୍ ଲୋକ ଏମିତି ଅଛନ୍ତି ଯିଏ ଅନ୍ୟର କଥାକୁ ଧ୍ୟାନର ସହିତ ଶୁଣନ୍ତି। ସେମାନଙ୍କ ମଧ୍ୟରୁ ଏମାନେ ଜଣେ। ଏହି ବ୍ୟକ୍ତି ଆପଣଙ୍କ କାମ, ବ୍ୟବହାର ଉପରେ କେବେ ଜର୍ଜ କରନ୍ତି ନାହିଁ। ବରଂ ଆପଣଙ୍କ ଅସୁବିଧାକୁ ଧ୍ୟାନର ସହିତ ଶୁଣିଥାନ୍ତି। ଏଥିରେ ନିଜର ରାୟ ବି ଦିଅନ୍ତି। ହଁ ଏମାନେ ସେତେବେଳେ ରାୟ ଦିଅନ୍ତି ଯେତେବେଳେ ଆପଣ ତାଙ୍କ ଠାରୁ କିଛି ରାୟ ଶୁଣିବାକୁ ଚାହୁଁଥିବେ।