ଗଡ଼ିଲା ବିଜେଡିର ଏଲ୍ଇଡି ଭିଡିଓ ଭ୍ୟାନ୍

ଭୁବନେଶ୍ୱର ୨୫/୩: ପ୍ରଚାର ପାଇଁ ଆଜିଠୁ ଗଡ଼ିଲା ବିଜେଡିର ଏଲଇଡି ଭିଡିଓ ଭ୍ୟାନ୍ । ନବୀନ ନିବାସରୁ ଏହି ପ୍ରଚାର ଅଭିଯାନ ଗାଡ଼ିର ଶୁଭାରମ୍ଭ ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନବୀନ ନିବାସଠାରେ ଏଲ୍ଇଡି ଭିଡିଓ ଭ୍ୟାନ୍ ପ୍ରଚାର ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ବିଜେଡି ପ୍ରଚାରରେ ୩୧୪ଟି ଛୋଟ ଏବଂ ୩୦ଟି ବଡ଼ ଏଲ୍ଇଡି ଭ୍ୟାନ୍ଗୁଡିକୁ ସାମିଲ କରାଯାଇଛି । ଏହି ପ୍ରଚାର ଗାଡ଼ିଗୁଡ଼ିକ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ବୁଲିବ । ରାଜ୍ୟ ସରକାରଙ୍କ ସଫଳ ଯୋଜନା ସହ କେନ୍ଦ୍ର ସରକାରଙ୍କ ଅବହେଳା ବାବଦରେ ଏହି ଭ୍ୟାନ ପ୍ରଚାର କରିବ । ୩୧୪ଟି ଛୋଟ ଭ୍ୟାନ୍ ପ୍ରତ୍ୟେକ ବ୍ଲକର ସମସ୍ତ ପଞ୍ଚାୟତ ପରିକ୍ରମା କରିବ । ସେହିପରି ୩୦ଟି ବଡ଼ ଭ୍ୟାନ୍ ପ୍ରତ୍ୟେକ ସହରାଞ୍ଚଳ ବୁଲି ଜନସଚେତନତା ସୃଷ୍ଟି କରିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।