PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଜନବସତିକୁ ପଶି ଆତଙ୍କ ଖେଳାଇଲା କଲରାପତରିଆ, ଭିଡିଓ ଭାଇରାଲ

ନୁଆଦିଲ୍ଲୀ : ଶୁକ୍ରବାର ଏକ କଲରାପତରିଆ ଜନବସତିରେ ପଶି ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲା ଯେଉଁଥିରେ ୨ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । କଲରାପତରିଆ ସକାଳେ ଗଙ୍ଗାପୁର ରୋଡରେ ଏକ ଆଖୁ ଖେତରେ ଲୁଚିଥିଲା । କେହି ଜାଣିବା ପୂର୍ବରୁ ସେ ଜନବସତିକୁ ପ୍ରବେଶ କରିଥିଲା । ଯେତେବେଳେ କିଛି ଯୁବକ ତାକୁ ଘଉଡାଇବା ପାଇଁ ଚେଷ୍ଟା କଲେ ସେ ଡିଆଁ ମାରି ଜଣଙ୍କ ବାସଭବନ ପାଚେରୀ ମଧ୍ୟକୁ ପ୍ରବେଶ କରି ସେଠାକାର ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲା । ଆତଙ୍କିତ ହୋଇ ସ୍ଥାନୀୟ ଲୋକେ ପୋଲିସ ଓ ବନବିଭାଗକୁ ଏ ସମ୍ପର୍କରେ ସୂଚନା ଦେଲେ । ପ୍ରାୟ ୩ ଘଣ୍ଟା ପରେ କଲରାପତରିଆକୁ ଏକ ଘର ଭିତରୁ କାବୁ କରିବାରେ ସକ୍ଷମ ହୋଇଥିଲା ବନବିଭାଗ ।

ତେବେ ଏଥିରେ ଆହତ ୪ ଜଣଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ଏହି ଅଭିଯାନରେ କଲରାପତିରଆ ମଧ୍ୟ ସାମାନ୍ୟ ଆହତ ହୋଇଥିଲା । ତାକୁ ଚିକିତ୍ସା କରାଯାଇ ଜଙ୍ଗଲରେ ଛାଡି ଦିଆଯାଇଛି ।

ସମ୍ବନ୍ଧିତ ଖବର