.ତୁର୍କୀରେ ବଡ଼ ବିମାନ ଦୁର୍ଘଟଣା
. ଲିବିୟା ସେନାମୁଖ୍ୟଙ୍କ ସମେତ ୮ଜଣଙ୍କର ମୃତ୍ୟୁ
. ଉଡ଼ାଣ ଭରିବାର କିଛି ସମୟ ପରେ ଆକାଶରୁ ଖସିପଡ଼ିଲା ପ୍ଲେନ୍
ନୂଆଦିଲ୍ଲୀ,୨୪/୧୨; ତୁର୍କୀ ରାଜଧାନୀ ଅଙ୍କାରାରେ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି । ଉଡ଼ାଣ ଭରିବା ମାତ୍ର କିଛି ସମୟରେ ମଝି ଆକାଶରୁ ଖସି ପଡିଲା ପ୍ଲେନ୍ । ଏଥିରେ ଲିବିୟା ସେନାମୁଖ୍ୟ ମହମ୍ମଦ ଅଲି ଅହମ୍ମଦ ଅଲ-ହଦ୍ଦାଦଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଲିବିୟା ଆର୍ମି ଚିଫଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ତୁର୍କୀ ପ୍ରଧାନମନ୍ତ୍ରୀ ଅବଦୁଲ-ହମିଦ ଦବିବେ । ଫ୍ରାଇଭେଟ ଜେଟରେ ଲିବିୟା ମିଲିଟାରୀ ଚିଫ୍, ୪ ଅନ୍ୟ ଅଧିକାରୀ ଏବଂ ୩ କ୍ରୁ ସଦସ୍ୟ ଥିଲେ । ପ୍ଲେନ୍ କ୍ରାସ ହେବା ପରେ ସେଥିରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର କାରଣ ବିମାରରେ ଟେକ୍ନିକାଲ ସମସ୍ୟା ଥିବା ଲିବିୟା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
ଲିବିୟା ପ୍ରଧାନମନ୍ତ୍ରୀ ଅବଦୁଲ-ହାମିଦ ଦବିବେ ବିମାନ ଦୁର୍ଘଟଣାରେ ଦେଶର ସାମରିକ ମୁଖ୍ୟ ମହମ୍ମଦ ଅଲି ଅହମ୍ମଦଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିବା କଥା ନିଶ୍ଚିତ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଲିବିୟାର ଏକ ପ୍ରତିନିଧି ଦଳ ତୁର୍କୀର ରାଜଧାନୀ ଅଙ୍କାରାକୁ ସରକାରୀ ଗସ୍ତରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରଧାନମନ୍ତ୍ରୀ ଦବିବେ ଏହି ଘଟଣାକୁ "ଦୁର୍ଘଟଣାଜନକ ଏବଂ ଅତ୍ୟନ୍ତ ଦୁଃଖଦ" ବୋଲି କହିବା ସହ ଏହା ଲିବିୟା ପାଇଁ ଏକ "ବଡ଼ କ୍ଷତି'' ବୋଲି କହିଛନ୍ତି ।
ଅଙ୍କାରା ବିମାନବନ୍ଦର ଅସ୍ଥାୟୀ ଭାବରେ ବନ୍ଦ- ଦୁର୍ଘଟଣା ପରେ, ଅଙ୍କାରା ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି । ଅନେକ ଉଡ଼ାଣକୁ ଡାଇଭର୍ଟ କରାଯାଇଛି । ଦୁର୍ଘଟଣାର କାରଣ ଖୋଜା ଚାଲିଛି । ଏହି ଘଟଣାକୁ ଲିବିୟାର ସୁରକ୍ଷା ଏବଂ ରାଜନୈତିକ ଦୃଶ୍ୟପଟ ପାଇଁ ଏକ ଗମ୍ଭୀର ବିପର୍ଯ୍ୟୟ ବୋଲି ବିବେଚନା କରାଯାଉଛି । ଲିବିୟାର ପ୍ରଧାନମନ୍ତ୍ରୀ ଅବଦୁଲ-ହାମିଦ ହି ଘଟଣା ସମ୍ପର୍କରେ ତୁର୍କୀ ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ନେତା ଏବଂ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ଚାରି ଜଣ ଅଧିକାରୀ ହେଲେ ଅଲ-ଫିତୋରି ଘରାଇବେଲ, ବ୍ରିଗେଡିୟର ଜେନେରାଲ ମହମୁଦ ଅଲ-କାତାୱି, ଚିଫ୍ ଅଫ୍ ଷ୍ଟାଫର ପରାମର୍ଶଦାତା ମହମ୍ମଦ ଅଲ-ଆସାବଇ ଏବଂ ଚିଫ୍ ଅଫ୍ ଷ୍ଟାଫଙ୍କ କାର୍ଯ୍ୟାଳୟରେ ଜଣେ ସାମରିକ ଫଟୋଗ୍ରାଫର ମହମ୍ମଦ ଓମାର ଅହମ୍ମଦ ଥିଲେ ।
ବିମାନ ସହ ତୁଟିଥିଲା ସମ୍ପର୍କ- ତୁର୍କୀ ଗୃହମନ୍ତ୍ରୀ ଅଲି ୟେରାଲିକାୟା କହିଛନ୍ତି, ବିମାନ ମଙ୍ଗଳବାର ରାତି ୮ଟା ୩୦ମିନିଟ୍ରେ ଅଙ୍କାରା ଏସେନବୋଗା ଏୟାରପୋର୍ଟରୁ ଉଡ଼ଣା ଭରିଥିଲା । ପ୍ରାୟ ୪୦ ମିନିଟ୍ ପରେ ବିମାନ ସହ କୌଣସି ସମ୍ପର୍କ ହୋଇପାରିନଥିଲା । ଏହା ପରେ ବିମାନ ଦୁର୍ଘଟଣାର ଖବର ମିଳିଥିଲା । ଲିବିୟା ମିଲିଟାରୀ ଚିଫ୍ ଏବଂ ୪ ଅନ୍ୟ ଲୋକ ଯାଉଥିବା ଫାଲକନ-୫୦ କ୍ଲାସ୍ ପ୍ରାଇଭେଟ୍ ଜେଟ୍ ଅଙ୍କାର ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଲିବିୟା ବିଷୟରେ... କହି ରଖୁଛୁ କି, ୨୦୧୧ ମସିହାରେ ହୋଇଥିବା ବିଦ୍ରୋହ ପରେ ଲିବିୟାରେ ଅରାଜକତାରେ ଜାରି ରହିଛି । ଦୀର୍ଘକାଳୀନ ଏକଛତ୍ରବାଦୀ ଶାସକ ମୁଅମ୍ମର ଗଦ୍ଦାଫିଙ୍କୁ ଗାଦିଚ୍ୟୁତ କରି ହତ୍ୟା କରାଯାଇଥିଲା । ଦେଶ ଦୁଇଟି ଭାଗରେ ବିଭକ୍ତ ହୋଇଥିଲା, ପୂର୍ବ ଏବଂ ପଶ୍ଚିମରେ ପ୍ରତିଦ୍ୱନ୍ଦ୍ୱୀ ସରକାର ଥିଲା, ଯାହାକୁ ବିଭିନ୍ନ ବିଦ୍ରୋହୀ ମିଲିସିଆ ଏବଂ ବିଦେଶୀ ସରକାର ସମର୍ଥନ କରିଥିଲେ ।