PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

କ୍ରିକେଟ ପଡିଆ ପରେ ଏବେ ସୀମାରେ ଶତ୍ରୁ ପକ୍ଷ ଉପରେ ନଜର ରଖିବେ ଧୋନି, କଶ୍ମୀରର ଏହି ସ୍ଥାନରେ ହେବେ ମୁତୟନ

ନୂଆଦିଲ୍ଲୀ,୨୫।୭: ଭାରତର ମହାନ ଓ୍ବିକେଟକିପର ବ୍ୟାଟସମ୍ୟାନ ମହେନ୍ଦ୍ର ସିଂହ ଧୋନି ୧୫ ଦିନ ପାଇଁ ଜମ୍ମୁ-କଶ୍ମୀରରେ ସୈନିକଙ୍କ ସହିତ ରହିବେ। ସେ ଆସନ୍ତା ୩୧ ତାରିଖରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସେନାର ଗତିବିଧି ଉପରେ ନଜର ରଖିବେ। ଏହି ସମୟରେ ସେ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନ(ପାରା) ସହିତ ସମୟ ବିତାଇବେ। ଏହି ୟୁନିଟ୍ କଶ୍ମୀରରେ ମୁତୟନ ରହିଛି ଓ ଭିକ୍ଟର ଫୋର୍ସର ଅଂଶ। ଧୋନି ଏହି ସମୟରେ ପାଟ୍ରୋଲିଂ,ଗାଡଁ ଓ ପୋଷ୍ଟ ଡ୍ୟୁଟି କରିବେ। ତେବେ ସେନାର କୌଣସି ଅପରେସନ୍ରେ ସାମିଲ ହୋଇପାରିବେନାହିଁ ଧୋନି।

ଉଲ୍ଲେଖନୀୟ ଯେ, ୩୮ ବର୍ଷୀୟ ଧୋନି ବିସିସିଆଇକୁ ପୂର୍ବରୁ କହିସାରିଛନ୍ତି ଯେ, ସେ ଦୁଇ ମାସ ପର୍ଯ୍ୟନ୍ତ କ୍ରିକେଟ ଠାରୁ ଦୂରେଇ ରହିବେ।ଧୋନି କହିଥିଲେ,ସେ ସୈନିକଙ୍କ ସହ ସମୟ ବିତାଇବେ। ଧୋନି ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ୍ ଇଣ୍ଡିଆରେ ଯୋଗ ଦେଇପାରିବେ ନାହିଁ।  ପୂର୍ବରୁ ଧୋନି ଜମ୍ମୁ-କଶ୍ମୀର ଯାଇସାରିଛନ୍ତି। ୨୦୧୭ରେ ସେ ଜମ୍ମୁ-କଶ୍ମୀରର ବାରମୂଳା ଯାଇଥିଲେ। ସେଠାରେ ସେନା ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚରେ ସେ ଅତିଥି ଭାବରେ ଯୋଗ ଦେଇଥିଲେ।

ଧୋନି ଇଣ୍ଡିଆନ ଟେରିଟୋରିୟଲ ଆର୍ମିରେ ୨୦୧୧ରେ ଲେଫ୍ଟନାଣ୍ଟ କର୍ନେଲ ପଦବୀ ପାଇଥିଲେ। ଧୋନିଙ୍କ ଆର୍ମି ପ୍ରେମ କାହାକୁ ଅଛପା ନାହିଁ। କ୍ରିକେଟ ଫିଲ୍ଡରେ ଧୂଆଁଧାର ବ୍ୟାଟିଂ କରୁଥିବା ଧୋନି ପିଲାବେଳୁ କିନ୍ତୁ ସେନାରେ ଯୋଗଦେବାକୁ ଇଛା ରଖିଥିଲେ ବୋଲି ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ। ଧୋନି ୨୦୧୫ରେ ସ୍ପେଶାଲ ଫୋର୍ସେସ ସହିତ ଟ୍ରେନିଂ କରିସାରିଛନ୍ତି। ସେ ବିମାନରୁ ୧୨୦୦ ଫୁଟ ଉଚ୍ଚତାରୁ ୫ ଥର ଜମ୍ପ କରିଥିଲେ। ଏହା ପୂର୍ବରୁ ଧୋନି ପାରାଟ୍ରୁପସ୍ ସହିତ ୧୨ ଦିନ ପର୍ଯ୍ୟନ୍ତ ଟ୍ରେନିଂ ନେଇଥିଲେ।

ସମ୍ବନ୍ଧିତ ଖବର