ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ ସହ ଜରିମାନା

ବାଲେଶ୍ୱର, ୨୪/୩: ପତ୍ନୀଙ୍କୁ ହତ୍ୟା କରିଥିବା ଆଭିଯୋଗରେ ଜଣେ ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ହୋଇଛି। ସମସ୍ତ ସାକ୍ଷୀ, ଦସ୍ତାବିଜକୁ ପ୍ରମାଣ ଆକାରରେ ଗ୍ରହଣ କରି ସ୍ବତନ୍ତ୍ର ବିଚାରପତି ବିଶ୍ୱଜିତ ଦାସ ଏହି ରାୟ ଶୁଣାଇଛନ୍ତି।
ସୂଚନା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ବିରିପଦା ଗ୍ରାମର ସ୍ୱର୍ଗତ ବାଇଧର ସେଠୀଙ୍କ ଝିଆ ମିନତି କୋଇଲି ସାହିର ବିଜୟ ଦାସଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସେ ସ୍ତ୍ରୀ ମିନତିଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ତେବେ ୨୦୨୦ ଡିସେମ୍ବର ୨୭ ତାରିଖରେ ମିନତିର ମୃତ ଦେହ ଉଦ୍ଧାର ହୋଇଥିଲା। ସାନ ଭଉଣୀ ଚିନୁର ଅଭିଯୋଗକ୍ରମେ ଏନଇ ବସ୍ତା ଥାନାରେ ମମଲା କେସ କଂ 292/2ରେ ମାମଲା ରୁଜୁ କରି ବିଜୟକୁ ଗିରଫ କରାଯାଇଥିଲା। ଏହି ମାମଲାରେ ୩୦ ଦସ୍ତାବିଜ, ୧୬ ସକ୍ଷୀଙ୍କ ବୟାନକୁ ପ୍ରମାଣ ଭାବେ ବ୍ୟବହାର କରାଯାଇଥିଲା। ବରିଷ୍ଠ ସରକାରୀ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ।