ରାୟଗଡ଼(ଗଜପତି),୨୬/୩ : ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧିନ ମାର୍ଲବା ପଞ୍ଚାୟତ ପେକଟ ଗ୍ରାମରେ ଗୁରୁବାର ବଜ୍ରାଘାତରେ ୧୨ଜଣ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ରାୟଗଡ଼ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଜଣାପଡ଼ଛି I
ପ୍ରକାଶ ଯେ, ପେକଟ ଗ୍ରାମବାସୀ ଦିନ ସାରା କାମ ସାରି ସନ୍ଧ୍ୟା ସମୟରେ ଫେରି ନିଜ ଘରେ ଥିବାବେଳେ ହଠାତ ବର୍ଷା ସହ ବିଜୁଳି ମାଡ ହୋଇଥିଲା I ଠିକ୍ ସେତିକିବେଳେ ଉକ୍ତ ଗାଁ ମଝିରେ ଥିବା ନଡ଼ିଆ ଗଛକୁ ମାଡ଼ ହୋଇ ଦୁଇଟି ଗଛ ଜଳି ଯାଇଥିଲା I ପ୍ରଭାବରେ ମହିଳା ମାନେ ଘରେ ରୋଷେଇ କରୁଥିବା ଓ ପୁରୁଷମାନେ ଘର ବାରଣ୍ଡାରେ ବସିଥିବାବେଳେ ବିଜୁଳି ମାଡ଼ରେ ସେମାନେ ଗୁରୁତର ହୋଇପଡ଼ିଥିଲେ ।
ଗୁରୁତରମାନେ ହେଲେ ସୁନୀତି ଶବର (୪୦), ସମ୍ବାରି ଶବର(୬୦), ବଚନି ଶବର(୩୮), ମନିତା ଶବର(୧୭), ତପରି ଶବର (୧୯), ଟୁନି ଶବର (୧୪), ସୁମନ୍ତ ଶବର(୪୨), ସିଫନ କାର୍ଯୀ (୪୫), ତପନ କାର୍ଯୀ(୩୮),କଇନା ରାଇକା (୨୯), ବେରେନ୍ତି କାର୍ଯୀ(୩୧), ଜଗନ୍ନାଥ ଶବର (୨୩) ବୋଲି ଜଣାପଡ଼ଛି I ଖବରପାଇ ସରପଞ୍ଚ ଜଳନ୍ଧର କାର୍ଯୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ଜଣାପଡ଼ଛି I