ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପାକିସ୍ତାନ ଭଳି ‘ଜଳ ସଙ୍କଟ’ର ସମ୍ମୁଖୀନ ହେଉଛି ତୁର୍କୀ, ପାଣି ଉପରେ ଶୁଳ୍କ ବଢ଼ାଇଲେ ସରକାର

Published By : Tapas Panda | May 16, 2025 6:36 PM

ନୂଆଦିଲ୍ଲୀ: ପାକିସ୍ତାନ ପାଣି ପାଇଁ ଚିନ୍ତିତ । ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରଠାରୁ ପରିସ୍ଥିତି ଆହୁରି ଖରାପ ହେଉଛି। ଏପରି ପରିସ୍ଥିତିରେ, ସବୁବେଳେ ପାକିସ୍ତାନକୁ 'ବନ୍ଧୁ' ଭାବରେ ସମର୍ଥନ କରୁଥିବା ତୁର୍କୀ ଏବେ ନିଜେ ଜଳ ସଙ୍କଟର ସମ୍ମୁଖୀନ ହେଉଛି। ତୁର୍କୀର ସବୁଠାରୁ ବଡ଼ ସହର ଇସ୍ତାନବୁଲର ଲୋକମାନଙ୍କୁ ଏବେ ବୁନ୍ଦାଏ ପାଣି ପାଇଁ ଅଧିକ ମୂଲ୍ୟ ଦେବାକୁ ପଡିବ । ଜୁନ୍ ୨୦୨୫ ଠାରୁ ଇସ୍ତାନବୁଲରେ ପାଣି ମହଙ୍ଗା ହେବାକୁ ଯାଉଛି । ଜଳ ଶୁଳ୍କରେ ସିଧାସଳଖ ୧୦% ବୃଦ୍ଧି ଘଟିଛି । ମୁଦ୍ରାସ୍ଫୀତିର ଶିକାର ହେଉଥିବା ତୁର୍କୀରେ, ଏବେ ମୁନ୍ଦାଏ ପାଣି ପାଇଁ ଲୋକଙ୍କ ପକେଟ ଖାଲି ହେବ ।

 ଏହି ନିଷ୍ପତ୍ତି ସିଧାସଳଖ ସାଧାରଣ ପରିବାରକୁ ପ୍ରଭାବିତ କରିବ। ନୂତନ ଶୁଳ୍କ ଅନୁଯାୟୀ ପ୍ରଥମ ସ୍ଲାବରେ ଯେଉଁମାନେ ୧୫ ଘନ ମିଟର ପର୍ଯ୍ୟନ୍ତ ପାଣି ବ୍ୟବହାର କରନ୍ତି ସେମାନଙ୍କୁ ଏବେ ୪୨.୩୭ ଲିରା (ପ୍ରାୟ ୧.୦୯ ଡଲାର) ବଦଳରେ ପ୍ରତି ଘନ ମିଟର ପାଇଁ  ୪୬.୬୨  ଲିରା ଦେବାକୁ ପଡିବ । ଏହି ସ୍ଲାବ ପ୍ରାୟ ୮୫% ଇସ୍ତାନବୁଲ ବାସିନ୍ଦାଙ୍କ ପାଇଁ ଲାଗୁ ହେବ । ତେବେ ଏକ ଘନ ମିଟର, ଏକ ହାଜର ଲିଟର ସହ ସମାନ ।  ସେହିପରି ଯେଉଁମାନେ ୧୬ରୁ ୩୦ ଘନ ମିଟର ପାଣି ବ୍ୟବହାର କରନ୍ତି ସେମାନଙ୍କୁ ଏବେ ୬୪.୫୮  ଲିରା ବଦଳରେ ୭୧.୦୪ ଲିରା ଏବଂ ଯେଉଁମାନେ ୩୧ ଘନ ମିଟରରୁ ଅଧିକ ପାଣି ବ୍ୟବହାର କରନ୍ତି ସେମାନଙ୍କୁ ୯୩.୪୦ ଲିରା ପରବର୍ତ୍ତେ ୧୦୨.୭୫ ଲିରା ଦେବାକୁ ପଡିବ। 

କେବଳ ଘରୋଇ ନୁହେଁ ବରଂ ବାଣିଜ୍ୟିକ ଜଳ ବ୍ୟବହାରକାରୀଙ୍କୁ ମଧ୍ୟ ସମସ୍ତ ବର୍ଗରେ ପ୍ରାୟ ୧୦% ବୃଦ୍ଧି ସହିବାକୁ ପଡିବ । ISKI ଅନୁଯାୟୀ, ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ପରିଚାଳନା ଖର୍ଚ୍ଚ ଯୋଗୁଁ ଏହି ପଦକ୍ଷେପ ଜରୁରୀ ହୋଇଯାଇଛି । IBB ପରିଷଦ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହା ଦ୍ବାରା ୨୦୨୫ରେ ପ୍ରତି ମାସରେ ଜଳ ଏବଂ ସ୍ୱେରେଜ ଦର ସ୍ୱୟଂଚାଳିତ ଭାବରେ ଅପଡେଟ୍ ହେବ। ଏହି ଅପଡେଟ୍ ତୁର୍କୀର ସରକାରୀ ପରିସଂଖ୍ୟାନ ପ୍ରତିଷ୍ଠାନ (TurkStat) ଦ୍ୱାରା ପ୍ରକାଶିତ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ଏବଂ ଘରୋଇ ଉତ୍ପାଦକ ମୂଲ୍ୟ ସୂଚକାଙ୍କ (D-PPI) ର ହାରାହାରି ଉପରେ ଆଧାରିତ ହେବ। ପ୍ରତ୍ୟେକ ମାସର ତଥ୍ୟ ପ୍ରକାଶିତ ହେବାର ତିନି କାର୍ଯ୍ୟ ଦିବସ ମଧ୍ୟରେ ନୂତନ ଦର କାର୍ଯ୍ୟକାରୀ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.