ଭୁବନେଶ୍ବର, ୨୬।୧୨ :  ନୂଆ ବର୍ଷରୁ ହେବନି ଧାଡି ଦର୍ଶନ ବ୍ୟବସ୍ଥା।  ଧାଡ଼ି ଦର୍ଶନ ଟ୍ରାଏଲ ରନ୍  ଚଳିତ ମାସରେ ହେବ ନାହିଁ।  ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସରକାର ଏହି  ନିଷ୍ପତ୍ତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁୟାରୀ ୨୦ ଯାଏ ଶ୍ରୀମନ୍ଦିରରେ ଭକ୍ତଙ୍କ  ଭିଡ ରହିବ।  ସେଥିପାଇଁ ଜାନୁୟାରୀ ପହିଲାରୁ ଆରମ୍ଭ ହେବାକୁ ଥିବା ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇଛି।  ଜାନୁୟାରୀ ୨୦ ରୁ ୨୨ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।