ଗୋପାଳପୁର ୧୩/୭ :  ଭେଙ୍କଟରାୟପୁର ଗ୍ରାମ ନିକଟରେ ଚୋରାରେ ମଦ ବିକ୍ରି ହେଉଥିବା ବେଳେ ଗୋପାଳପୁର ପୁଲିସ ଚଢାଉ କରି ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଏଥିସହ ଜଣଙ୍କୁ ପୁଲିସ ଅଟକ ରଖିଛି। 

ଭେଙ୍କଟରାୟପୁର ଗ୍ରାମ ନିକଟରେ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରୀ ହେଉଥିବା ଗୋପାଳପୁର ପୁଲିସ ଖବର ପାଇଥିଲା। ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନିର୍ଦେଶ କ୍ରମେ ଏଏସଆଇ ବି.ତିରୁପତି ରାଓ, ଜି.ବି.ରେଡି,କେ.ମଧୁ ସେଠାରେ ପହଞ୍ଚି ଚୋରାରେ ବିକ୍ରି କରୁଥିବା କେ.ଲଛମନ  ରାଓଙ୍କ ଠାରୁ  ଦେଶୀ ଓ ବିଦେଶୀ ମଦ ଜବତ କରିଥିଲା। ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।