ପ୍ରମୁଖ ଖବର
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ସଦେଇପୁର ଗ୍ରାମରୁ ୬ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ବାଉଁଶୁଣୀ, ୨୯/୫ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସଦେଇପୁର ଗ୍ରାମରୁ ରବିବାର ରାତିରେ ଦେଶୀ ମଦ ଜବତ। ୬ ଲିଟର ୮ ମିଲିଲିଟର ଦେଶୀ ମଦ ଜବତ କରିବା ସହ ଜଣେ ମଦ ବ୍ୟବସାୟୀକୁ ଗିରଫ କରିଛି ବାଉଁଶୁଣୀ ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଦଶରଥ ନାଏକ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ବହିରା ପଞ୍ଚାୟତ ସଦେଇପୁର ଗ୍ରାମରେ ଏକ ଘରେ ଦେଶୀ ମଦ କାରବାର ଚାଲିଥିବା ବାଉଁଶୁଣୀ ପୋଲିସକୁ ଖବର ମିଳିଥିଲା। ଖବର ପାଇ ଥାନା ଅଧୀନରେ ଅରୁଣ କୁମାର ସିଂଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଗଠନ କରି ଅତର୍କିତ ଚଢ଼ାଉ କରିଥିଲେ। ସେଠାରୁ ୬ ଲିଟର ୮ ମିଲିଲିଟର ଦେଶୀ ମଦ ଜବତ କରିବା ସହ ଦଶରଥ ନାଏକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରି ଥାନାକୁ ଆଣିଥିଲେ । ୭୯/୨୩ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ସୋମବାର ତାଙ୍କର ଡାକ୍ତରୀ ମାଇନା ସାରି ତାଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅରୁଣ ସିଂ କହିଛନ୍ତି।

Copyright © 2022 - Summa Real Media Private Limited. All Rights Reserved.