PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବେଆଇନ ମଦ ବିକ୍ରି ହେଉଥିବା ବେଳେ ଚଢ଼ାଉ କଲା ଅବକାରୀ ବିଭାଗ, ୩ ବ୍ୟାଗ ବିଦେଶୀ ମଦ ଜବତ

କୁକୁଡାଖଣ୍ଡି, ୦୭/୧୦ : ଜଗଦଳପୁରରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ବେଳେ ଚଢାଉ। ୩ ବ୍ୟାଗ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ।

ସୂଚନାନୁଯାୟୀ, ଜଗଦଳପୁର ଗ୍ରାମରେ ବହୁଦିନ ଧରି ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏନେଇ ଖବର ପାଇବା ପରେ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ବଂଶୀଧର ସାହୁଙ୍କ ଘରେ ଚଢ଼ାଉ କରିଥିଲା। ଏହି ସମୟରେ ବଂଶୀଧରଙ୍କ ଘରୁ ୩ ବ୍ୟାଗ ବିଦେଶୀ ମଦ ଜବତ ହୋଇଛି। ଏହା ସହ ବଂଶୀଧରଙ୍କ ପୁଅ ଟୁକୁନା ସାହୁଙ୍କୁ ଅଟକ ରଖିଛି ଅବକାରୀ ବିଭାଗ।