ବରଗଡ଼,୨୨/୦୫: ଉଚ୍ଚ ମାଧ୍ୟମିକ  ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା  ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଏଥିରେ ବିକାଶ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ  ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।  କଲେଜ ଅଧ୍ୟକ୍ଷ ନାରାୟଣ ରଥଙ୍କ ଠାରୁ  ପ୍ରାପ୍ତ ସୂଚନା ଅନୁସାରେ, ବିଜ୍ଞାନରେ ଲିସା  ପ୍ରଧାନ ୫୭୧ ମାର୍କ (୯୫.୧୬%) ଓ  ବାଣିଜ୍ୟରେ ଶୁଭମ ପରିଡ଼ା ୫୬୯ ମାର୍କ  (୯୪.୮୩%) ସହ କଲେଜ ଟପ୍‌ପର୍‌  ହୋଇଛନ୍ତ । ବିଜ୍ଞାନରେ ସମୁଦାୟ ୧୭ଜଣ  ଏବଂ ବାଣିଜ୍ୟରେ ସମୁଦାୟ ୨ଜଣଙ୍କ ସହ  ସର୍ବମୋଟ ୧୯ ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧିକ ପ୍ରତିଶତ ମାର୍କ ରଖିଛନ୍ତି ।  

ସେମାନଙ୍କ ମଧ୍ୟରେ ତୃପ୍ତୀମଞ୍ଜରୀ ସାହୁ ୫୬୬ ମାର୍କ (୯୪.୩୩%), ମନୀଷ ଅଗ୍ରୱାଲ ୫୬୫ ମାର୍କ (୯୪.୧୭%), ପ୍ରତିକ୍ଷା ପ୍ରିୟଦର୍ଶିନୀ ପାଣି ୫୬୨ ମାର୍କ (୯୩.୬୭%), ଆୟୁଷ ପଧାନ ୫୫୯ ମାର୍କ (୯୩.୧୭%), ବିବେକରାଜ ସାହୁ ୫୫୯ ମାର୍କ (୯୩.୧୭%), ପ୍ରତ୍ୟୁଷ କୁମାର ବିଶ୍ୱାସ ୫୫୯ ମାର୍କ (୯୩.୧୭%), ରିଶିକା ଛତର ୫୫୫ ମାର୍କ (୯୨.୫%), ସ୍ବୟଂଶ୍ରୀ ଆଚାର୍ଯ୍ୟ ୫୫୪ ମାର୍କ (୯୨.୩୩%), ଲିପୁନ ସାହୁ ୫୫୧ ମାର୍କ (୯୧.୮୩%), ବବୁନ ସାହୁ ୫୪୭ ମାର୍କ (୯୧.୧୭%), କୋଶିଷ କୁମାର ବେହେରା ୫୪୭ ମାର୍କ (୯୧.୧୭%), ରାଜକୁମାର ଶାମଲ ୫୪୩ ମାର୍କ (୯୦.୫%), ସାଇସ୍ମିତା ପାଢୀ ୫୪୨ ମାର୍କ (୯୦.୩୩%), ଶୁଭଶ୍ରୀ ମେହେର ୫୪୨ ମାର୍କ (୯୦.୩୩%), ସୁବ୍ରତ ବିଶି ୫୪୨ ମାର୍କ (୯୦.୩୩%), ପ୍ରଜ୍ଞା ମେହେର ୫୪୦ ମାର୍କ (୯୦%) ଓ ଗୌରୀଶଙ୍କର ସେଠ ୫୫୭ ମାର୍କ (୯୨.୮୩%) ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି।

ଚଳିତବର୍ଷ ଗଣିତରେ ତିନି ଜଣ, ମନିଷ  ଅଗ୍ରୱାଲ, ନେହାରାଣୀ ଜୈନ ଏବଂ ନମ୍ରତା  ନୀଲା ଓ ପ୍ରାଣୀ ବିଜ୍ଞାନ(ଜୁଲୋଜି) ରେ ତିନି  ଜଣ ପ୍ରଜ୍ଞା ମେହେର, ସିଜଲ ପଣ୍ଡା ଏବଂ  ନିଶିକା ସାହୁ ୧୦୦ରୁ ୧୦୦ ନମ୍ବର ରଖିଥିବା  ବେଳେ ବିଜ୍ଞାନରେ ସମୁଦାୟ ଛାତ୍ରଛାତ୍ରୀର ୩୪.୪%, ୮୦%ରୁ ଅଧିକ ଏବଂ ୮୦%  ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରି  ବିକାଶକୁ ପଶ୍ଚିମ ଓଡ଼ିଶାର ଅଗ୍ରଣୀ  ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିପାରିଛି  ବୋଲି ଅଧ୍ୟକ୍ଷ କହିଛନ୍ତି । କ୍ରିଷ୍ଣା ବିକାଶ  ଗ୍ରୁପ୍‌ର ଶ୍ରେଷ୍ଠ ଫଳାଫଳ ପାଇଁ କ୍ରିଷ୍ଣା ବିକାଶ  ଗ୍ରୁପ୍‌ର ଚେୟାରମେନ୍‌ ଦାଶରୀ ମୂରଲୀ  କ୍ରୀଷ୍ଣା ଓ ଅନ୍ୟାନ୍ୟ କର୍ତୃପକ୍ଷ ଖୁସି ପ୍ରକଟ  କରି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଚଳିତ ବର୍ଷର ଫଳାଫଳକୁ ନେଇ କ୍ରିଷ୍ଣା ବିକାଶ ଗ୍ରୁପର ଟ୍ରଷ୍ଟି ଦାଶରୀ ରାମ ତୁଳସୀ, ପରିଚାଳନା ନିର୍ଦ୍ଦେଶକ ବିବେକ ଦାଶରୀ, ନିର୍ଦ୍ଦେଶକ ଡଃ ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସିନିୟର୍‌ ସେକେଣ୍ଡାରୀ ଶାଖାର ଅଧ୍ୟକ୍ଷ ଚିତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଏସ.କାନ୍ତାରାଓ, କ୍ରୀଷ୍ଣା ବିକାଶ ଗ୍ରୁପର ଏଚ୍‌ଆର୍‌ ହେଡ ଅଶ୍ୱିନୀ ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ସମସ୍ତ କୃତି ଛାତ୍ରୀଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।