ସୁସ୍ଥ ରହିବା ପାଇଁ ସଠିକ ସମୟରେ ଖାଦ୍ୟ ଖାଇବା ଖୁବ୍ ଆବଶ୍ୟକ । ଆଉ ଆମେ ଜାଣିଛେ କି ଅସମୟରେ ଖାଦ୍ୟ ଖାଇଲେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଆମ ଶରୀର ମଧ୍ୟ ଖାଦ୍ୟପେୟ ପାଇଁ ଏକ ସମୟ ନିର୍ଦ୍ଧାରିତ କରିଥାଏ ଯାହାକୁ ଆମେ Internal Clock କହିଥାଉ । ବିଳମ୍ବ ବା ଅସମୟରେ ଖାଦ୍ୟ ଖାଇଲେ ଏହା ଶରୀର ସହିତ ଆମର ଲିଭର ବା ଯକୃତ ଉପରେ ସିଧାସଳଖ କୁପ୍ରଭାବ ପକାଇଥାଏ ।

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆମ ଶରୀରରେ ଲିଭର ନିଜସ୍ବ ଏକ ସମୟଚକ୍ର ରହିଛି । ଲିଭର ଆମ ଶରୀରର ରକ୍ତରେ ପ୍ରବାହିତ ପ୍ରମୁଖ ପ୍ରୋଟିନ ତତ୍ତ୍ବକୁ ସଂଶ୍ଲେଷଣ କରିଥାଏ । ନୂତନ ପ୍ରକାଶିତ ତଥ୍ୟ ଅନୁଯାୟୀ ଲିଭର ୨୪ ଘଣ୍ଟା ଏକ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ କରିଥାଏ । ରକ୍ତକୁ ପ୍ରୋଟିନ ପ୍ରଦାନ କରିଥାଏ ।

ସେହିପରି ବିଭିନ୍ନ ସିଫ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିଜର ଚାକିରି ପାଇଁ ଅସମୟରେ ଖାଦ୍ୟଗ୍ରହଣ କରିଥାନ୍ତି । ଯଦ୍ବାରା ତାଙ୍କ ଲିଭରର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ । ଅସମୟରେ ଖାଦ୍ୟ ଗ୍ରହଣ କରିବା ଲିଭରର ସର୍କେଡିଆନ ରିଦମ୍ କୁ ପ୍ରଭାବିତ କରିଥାଏ । ଶରୀରର ସମୟ ଅନୁଯାୟୀ ଲିଭର ପ୍ରୋଟିନ କ୍ଷରଣ କରୁଥିବାରୁ ଅସମୟରେ ଖାଇବା ଦ୍ବାରା ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ।

ଆହୁରି ପଢନ୍ତୁ-ଅଫିସ୍ ବ୍ୟାଗ୍ରେ ରଖୁଛନ୍ତି କି ଏହି ଜିନିଷ? ସାବଧାନ, ବିଗିଡିପାରେ କାମ

ଲିଭରର କାର୍ଯ୍ୟକାରିତା ୨୪ ଘଣ୍ଟାରୁ ଅଧିକ ସମୟ ଧରି ବାଧାପ୍ରାପ୍ତ ହେଲେ ଏହା ଶରୀର ପ୍ରତି ଘାତକ ସାଜିପାରେ । ଏଥିପାଇଁ ଦୀର୍ଘକାଳୀନ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଅଧ୍ୟୟନ ଲିଭରର କାର୍ଯ୍ୟକାରିତା ଓ ମେଦବହୁଳତା ମଧ୍ୟରେ ସାମଞ୍ଜସ୍ୟ ଉପରେ ଆଲୋକପାତ କରିଛି ।ଲିଭର କିପରି ମଲେକ୍ୟୁଲାର ସ୍ତରରେ କାର୍ଯ୍ୟ କରେ ଏବଂ ଏହାର ଶରୀର ଉପରେ କେଉଁ ପ୍ରଭାବ ରହିଛି ସେନେଇ ଏହି ଅଧ୍ୟୟନ ପ୍ରକାଶ ପାଇଛି । ଏହା ଆମର ପ୍ରତିଦିନର ଦିନଚର୍ଯ୍ୟା ଓ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।