PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ସରକାରୀ ହସ୍ପିଟାଲ ହେବ ‘ଇ-ହସ୍ପିଟାଲ’

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଦୁଇ ମାସ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଇ-ହସ୍ପିଟାଲ କରାଯିବ । ସେହିଭଳି ଦୁଇ ବର୍ଷ ମଧ୍ୟରେ ରାଜ୍ୟର ସବୁ ସରକାରୀ ହସ୍ପିଟାଲ୍‌ରେ ଇ-ହସ୍ପିଟାଲ ମ୍ୟାନେଜମେଣ୍ଟ ସିଷ୍ଟମ (ଇ-ଏଚ୍‌ଏମ୍‌ଏସ୍‌) ବ୍ୟବସ୍ଥା ଲାଗୁ କରାଯିବ । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବା ସହିତ ଆବଶ୍ୟକ ଅର୍ଥ ଓ ମାନବ ସମ୍ବଳ ସଂକ୍ରାନ୍ତରେ ଅବଗତ କରାଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଇ-ଏଚ୍‌ଏମ୍‌ଏସ୍‌ ସଂକ୍ରାନ୍ତରେ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ରାଜ୍ୟର ଦୁଇଟି ପ୍ରମୁଖ ଡାକ୍ତରଖାନା କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସ୍ପିଟାଲ ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପାଇଲଟ୍‌ ପ୍ରକଳ୍ପ ଭାବେ ଇ-ଏଚ୍‌ଏମ୍‌ଏସ୍‌ କାର‌୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା । ଏସ୍‌ସିବିରେ ଏହା ଆରମ୍ଭ ହୋଇସାରିଛି । ଆସନ୍ତା ୬ମାସରେ ଏହା ପୂର୍ଣ୍ଣକାଳୀନ ଭାବେ କାର‌୍ୟ୍ୟ କରିବ । ଏହି ବ୍ୟବସ୍ଥା ମାଧ୍ୟମରେ ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି । ବର୍ତ୍ତମାନ ଏହି ଯୋଜନାର ପାଇଲଟ ପ୍ରକଳ୍ପକୁ ସିଡାକ୍‌ କାର‌୍ୟ୍ୟକାରୀ କରୁଥିବାବେଳେ ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କିଭଳି କାର‌୍ୟ୍ୟକାରୀ ହେବ ସେଥିପାଇଁ ସମ୍ପୃକ୍ତ ଡାକ୍ତରଖାନା ଗସ୍ତକରି କ୍ଷେତ୍ର ପ୍ରସ୍ତୁତ ଲାଗି ଏହି ସଂସ୍ଥାକୁ କୁହାଯାଇଛି ।

ଏହି ଯୋଜନାରେ ରୋଗୀମାନଙ୍କର ସମସ୍ତ ସୂଚନା ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ରହିବ । ଏଥିଯୋଗୁଁ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଡାକ୍ତରଖାନାକୁ ବାରମ୍ବାର ଦୌଡ଼ି ଟିକଟ କାଟିବେ ନାହିଁ । ସେହିଭଳି ସେମାନଙ୍କର ରୋଗର ସମ୍ପୂର୍ଣ୍ଣ ବିବରଣୀ କମ୍ପ୍ୟୁଟରରେ ରହିଥିବାରୁ ଡାକ୍ତରମାନେ ସହଜରେ ସେମାନଙ୍କ ରୋଗ ସମ୍ପର୍କରେ ଅବଗତ ହୋଇ ଚିକିତ୍ସା କରିପାରିବେ । ରୋଗୀଟି ହାତରେ ଡାକ୍ତରଖାନା କାଗଜ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡ଼ିବ ନାହିଁ କି ତାହାର ସୂଚନାକୁ କେହି ଅପବ୍ୟବହାର କରିପାରିବେ ନାହିଁ ।

ସେହିଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂକ୍ରାନ୍ତରେ ମଧ୍ୟ ମନ୍ତ୍ରୀ ଶ୍ରୀ ଦାସ ସମୀକ୍ଷା କରି କହିଛନ୍ତି, ଏନ୍‌ଏଚ୍‌ଏମ୍‌ ପିଆଇପିରେ ୨୦୧୮-୧୯ ରେ ୪୦୩ଟି ପ୍ରକଳ୍ପ ପାଇଁ ୧୪୪ କୋଟି ୬ ଲକ୍ଷ ୧୬ ହଜାର ଟଙ୍କା ଅନୁମୋଦିତ ହୋଇଥିବା ବେଳେ ୧୨୧ କୋଟି ୭୦ ଲକ୍ଷ ୧୬ ହଜାର ଟଙ୍କା ମଞ୍ଜୁର ହୋଇଛି । ସେହିଭଳି ୨୦୧୯-୨୦ରେ ୭୧ଟି ପ୍ରକଳ୍ପ ପାଇଁ ୧୪୭ କୋଟି ୭୧ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିବାବେଳେ ୮୧ କୋଟି ୮୬ ଲକ୍ଷ ୬୦ ହଜାର ଟଙ୍କା ମଞ୍ଜୁର ହୋଇଛି ।

ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ୨୦୧୫-୧୬ରୁ ୨୦୧୮-୧୯ ପର‌୍ୟ୍ୟନ୍ତ ୬୯ଟି ପ୍ରକଳ୍ପ ଲାଗି ୭୭ କୋଟି ୨୫ ଲକ୍ଷ ୩୪ ହଜାର ଟଙ୍କା ମଞ୍ଜୁର ହୋଇଛି । ରାଜ୍ୟ ଯୋଜନାରେ ୨୦୧୮-୧୯ରେ ୪୩୩୭ଟି ପ୍ରକଳ୍ପ ଲାଗି ୬୨୫ କୋଟି ଓ ୨୦୧୯-୨୦ରେ ୮୯୭୨ ପ୍ରକଳ୍ପ ଲାଗି ୫୭୨ କୋଟି ଟଙ୍କା ଅନୁମୋଦିତ ହୋଇଛି । ଏହି ଦୁଇ ଆର୍ଥିକ ବର୍ଷରେ ଏସବୁ ପ୍ରକଳ୍ପ ଲାଗି ୬୯୭ କୋଟି ୫୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସେହିଭଳି ଓଏମ୍‌ଡିସି ୨୦୧୯-୨୦ ବର୍ଷରେ ୪୩୩ଟି ପ୍ରକଳ୍ପ ଲାଗି ୬୩୦ କୋଟି ୨୧ ଲକ୍ଷ ୮୬ ହଜାର ଟଙ୍କା ଅନୁମୋଦନ କରିଥିବାବେଳେ ଏଥିରୁ ୯୪ କୋଟି ୫୩ ଲକ୍ଷ ୨୮ହଜାର ଟଙ୍କା ମଞ୍ଜୁର ହୋଇଛି ।

ଅର୍ଥ ମଞ୍ଜୁର ହୋଇଥିବା ପ୍ରକଳ୍ପର କାର‌୍ୟ୍ୟ ଯେଭଳି ତ୍ୱରାନ୍ୱିତ ଭାବେ ଧାର‌୍ୟ୍ୟ ସମୟ ମଧ୍ୟରେ ସରିବ, ତାହା ଉପରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱ ଦେବା ସହିତ ଆସନ୍ତା ୧୦୦ ଦିନ ମଧ୍ୟରେ କେଉଁସବୁ ପ୍ରକଳ୍ପ କାର‌୍ୟ୍ୟ ସମାପ୍ତ ହେବ, ତାହାର ତାଲିକା ଦେବାକୁ କହିଛନ୍ତି । ଅର୍ଥ ମଞ୍ଜୁର ପରେ ଯେଉଁସବୁ ପ୍ରକଳ୍ପ କାର‌୍ୟ୍ୟ ଆରମ୍ଭ ହୋଇପାରି ନାହିଁ ସେସବୁର କାମ ତୁରନ୍ତ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ଦାସ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଆଜିର ଏହି ସମୀକ୍ଷା ବୈଠକରେ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ଆଚାର‌୍ୟ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ, ଏସ୍‌ସିବିର ଡିନ୍‌ ତଥା ପ୍ରିନ୍‌ସିପାଲଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।