ନୂଆଦିଲ୍ଲୀ,୨୪।୫: ଇରାନ-ଆମେରିକା/ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୩ ମାସ ବିତି ସାରିଛି। ଏବେ ପ୍ରଥମ ଥର ପାଇଁ ଭାରତର ଏକ ଟ୍ୟାଙ୍କର ଏଲ୍ଏନଜି ନେଇ ହୋର୍ମୁଜରୁ ସୁରକ୍ଷିତ ବାହାରିଛି। ଉପସାଗରୀୟ ଦେଶ ସଙ୍କଟ ଭିତରେ ନିଜର ପ୍ରମୁଖ କିଣାବିକାକୁ ଖୁବ୍ ଗୁପ୍ତ ଭାବରେ ଭାରତ ଶେଷ କରୁଛି, ଯାହାଫଳରେ ଭାରତକୁ ବଡ ଧରଣର ଆଶ୍ବସ୍ତି ମିଳିବାର ଆଶା ରହିଛି।

ବ୍ଲୁମବର୍ଗର ସିପ୍-ଟ୍ରାକିଂ ଡାଟା ଅନୁସାରେ ଆଡନକ୍ ଲଜିଷ୍ଟିକ୍ ଆଣ୍ଡ ସର୍ଭିସେଜର ‘ଅଲ୍ ହମରା’ ଟ୍ୟାଙ୍କର ନିକଟରେ ପଶ୍ଚିମ ଭାରତ ଆଡକୁ ବଢିଥିବାର ଦେଖିବାକୁ ମିଳିଛି। ସୁରକ୍ଷା କାରଣରୁ ଏହି ଜାହାଜ  ୧୯ ଏପ୍ରିଲ ଆଖପାଖରେ ନିଜର ସିଗନାଲ (ଟ୍ରାନ୍ସପୋଡର) ପଠାଇବା ବନ୍ଦ କରିଦେଇଥିଲା, ଯାହାଫଳରେ ଯେପରି ଏହାକୁ ଟ୍ରାକ୍ କରିନହେବ।

ସିପିଂ ଡାଟା ଆନାଲିଟିକ୍ସ କମ୍ପାନୀ କ୍ୟାପଲର ଅନୁସାରେ, ସିଗନାଲ ବନ୍ଦ ରହିବା ବେଳେ ଏହି ଟ୍ୟାଙ୍କର ଅବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀର ଦାସ ଆଇଲାଣ୍ଡ ୟୁନିଟରୁ ଗ୍ୟାସ୍ ଲୋଡ୍ କରିଛି। ସାଟେଲାଇଟ୍ ଫଟୋରୁ ଜଣାପଡିଛି ଯେ, ଦାସ ଆଇଲ୍ୟାଣ୍ଡରେ ଏଲ୍ଏନଜି ଟ୍ରାଙ୍କର ଡକ୍ କରୁଛି, ଯଦିଓ ତାହା ନିଜ ଲୋକେସନ୍ ଲାଇଭ୍ ବ୍ରଡକାଷ୍ଟ କରିପାରୁନି। ଏହା ପୂର୍ବରୁ ଆଡନକ୍ ଏଭଳି ଗୁପ୍ତ ଭାବରେ ଜାପାନ ଓ ଚୀନକୁ ମଧ୍ୟ ଗୋଟିଏ ଗୋଟିଏ ସିପମେଣ୍ଟ ପଠାଇଥିଲା।

କାହିଁକି ଠପ୍ ପଡିଥିଲା ସପ୍ଲାଇ

-ଆମେରିକା ଓ ଇରାନ ଭିତରେ ଶାନ୍ତି ବୁଝାମଣା ନହେବା କାରଣରୁ ହର୍ମୁଜରେ କଟକଣା ଲଗାଇ ଦିଆଯାଇଛି। ଦୁଇ ପକ୍ଷ ପରସ୍ପର ଉପରେ କଟକଣା ଲଗାଇ ଦେଇଛନ୍ତି।

-ସାଧାରଣତଃ ସାରା ଦୁନିଆାରେ ମୋଟ ଏଲଏନଜି ଯୋଗାଣାର ପଞ୍ଚମ ଅଂଶ ଏହି ରାସ୍ତା ଦେଇ ବାହାରିଥାଏ। ସୁରକ୍ଷା କାରଣରୁ ଏବେ ଅଧିକାଂଶ ଜାହାଜ ନିଜର ଟ୍ରାନ୍ସପଣ୍ଡର ବନ୍ଦ କରି ଏଠାରୁ ବାହାରୁଛି।

-ଭାରତ ନିଜର ଆବଶ୍ୟକତାରୁ ଅଧିକ ଏଲ୍ଏନଜି କତର ଓ ୟୁଏଇରୁ ଆମଦାନୀ କରୁଥିଲା, କିନ୍ତୁ ଗତ କିଚି ମାସ ହେବ ଏଠାରୁ ଆମଦାନୀ ଠପ୍ ଥିଲା।

-ଏହି କାରଣରୁ ଭାରତକୁ ମହଙ୍ଗା ସ୍ପଷ୍ଟ ମାର୍କେଟରୁ ଗ୍ୟାସ୍ କିଣିବାକୁ ଭାରି ପଡୁଥିଲା ଓ ଘରୋଇ ଉଦ୍ୟୋଗର ସପ୍ଲାଇରେ ମଧ୍ୟ କାଟ୍ କରିବାକୁ ପଡୁଥିଲା।

-ଉପସାଗରୀୟ ଦେଶ ଇନ୍ଧନ ପହଁଞ୍ଚାଇବାର ରାସ୍ତା ଯଦିଓ ବାହାର କରିଛି, କିନ୍ତୁ ଏହି ଯୁଦ୍ଧ ପୂର୍ବ ତୁଳନାରେ କମ୍ ରହିଛି। ଯୁଦ୍ଧର ପ୍ରଥମ ଦିନ ହାରାହାରି ତିନି ଏଲ୍ଏନଜି ଟ୍ୟାଙ୍କର ହର୍ମୁଜରୁ ବାହାରକୁ ବାହାରୁଥିଲା।