ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନରେ ହେବାକୁ ଥିବା ଶାନ୍ତି ବାର୍ତ୍ତାର ଠିକ୍ ପୂର୍ବରୁ ଇରାନକୁ ଧମକ ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି କୌଣସି ଡିଲ୍ ନହୁଏ ,ତ ଆମେ ଜାହାଜ ଗୁଡ଼ିକରେ ସର୍ବୋତ୍ତମ ଗୋଳାବାରୁଦ ଲୋଡ୍ କରୁଛୁ ଏବଂ ଏହାକୁ ବ୍ୟବହାର କରିବୁ। ପାକିସ୍ତାନର ଇସଲାମାବାଦରେ ଇରାନ-ଆମେରିକା ଯୁଦ୍ଧ ରୋକିବା ପାଇଁ ପ୍ରମୁଖ ବୈଠକ ହେବାକୁ ଯାଉଛି। ଏହି ଶାନ୍ତି ବାର୍ତ୍ତା ପାଇଁ ଆମେରିକୀୟ ରାଷ୍ଟ୍ରପତି ଜେଡି ଭେନ୍ସ ଯାତ୍ରା କରିଛନ୍ତି।
ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, "ଆମେ ଏକ ରିସେଟ୍ କରିବାକୁ ଯାଉଛୁ। ଆମେ ଜାହାଜ ଗୁଡ଼ିକରେ ସବୁଠୁ ଭଲ ଗୋଳାବାରୁଦ, ପୂର୍ବାପେକ୍ଷା ସବୁଠୁ ଭଲ ଅସ୍ତ୍ରଶସ୍ତ୍ର ଲୋଡ୍ କରୁଛୁ, ଯାହା ଆମେ ପ୍ରଥମେ କରିଥିଲୁ, ଏହାଠାରୁ ମଧ୍ୟ ଭଲ ଏବଂ ଆମେ ସେଗୁଡ଼ିକୁ ଉଡ଼ାଇ ଦେଉଛୁ ଏବଂ ଯଦି ଆମର କୌଣସି ଡିଲ୍ ନହୁଏ ତ, ଆମେ ଏଗୁଡ଼ିକର ବ୍ୟବହାର କରିବୁ ଏବଂ ଆମେ ସେଗୁଡ଼ିକୁ ବହୁତ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବୁ।
ଏହା ପୂର୍ବରୁ, ଆମେରିକାର ଉପରାଷ୍ଟ୍ରପତି ଡେଜି ଭେନ୍ସ ଯୁଦ୍ଧ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନ ଯାଉଥିବା ସମୟରେ ଇରାନକୁ ଚେତାବନୀ ଦେଇଛନ୍ତି ଯେ, ସେ ଆମେରିକା ସହ ଖେଳ ନଖେଳନ୍ତୁ। ପାକିସ୍ତାନ ଗସ୍ତ ପାଇଁ ପ୍ରସ୍ଥାନ ହେବା ସମୟରେ ଭେନ୍ସ ଟିପ୍ପଣୀ କରିଥିଲେ, ଆମେ ଆଲୋଚନା ପାଇଁ ଅପେକ୍ଷା କରିଛୁ। ମୁଁ ଭାବୁଛି ସେଗୁଡ଼ିକ ସକାରାତ୍ମକ ହେବ। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉକ୍ତିକୁ ଉଲ୍ଲେଖ କରି କହିଥିଲେ, ଯଦି ଇରାନୀ ସଦଭାବନା ସହ ଆଲୋଚନା କରିବାକୁ ପ୍ରସ୍ତୁତ , ତ ଆମେ ନିଶ୍ଚିତ ଭାବରେ ବନ୍ଧୁତାର ହାତ ବଢାଇବାକୁ ପ୍ରସ୍ତୁତ ଅଛି।
ସେ ତେହେରାନକୁ ଗମ୍ଭୀର ପରିଣାମ ପାଇଁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି - ଯଦି ସେମାନେ ଆମ ସହିତ ଖେଳିବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ଜାଣି ପାରିବେ ଯେ ଆମର ଆଲୋଚନା ଟିମ୍ ଏତେ ନରମ ନୁହେଁ। ଉପରାଷ୍ଟ୍ରପତିଙ୍କ ମନ୍ତବ୍ୟ ଏକ ଅତ୍ୟନ୍ତ ଦୁର୍ବଳ ଏବଂ ଅସ୍ଥିର ଯୁଦ୍ଧବିରତି ମଧ୍ୟରେ ଆସିଛି, ଯାହା ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପାରେ, କାରଣ ଉଭୟ ଆମେରିକା ଓ ଇରାନ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯେକୌଣସି ସମୟରେ ଯୁଦ୍ଧ ପୁଣି ଆରମ୍ଭ ହୋଇ ପାରେ।