ଏଣିକି ବିବାହ ପାଇଁ ମଧ୍ୟ ମିଳିବ ଲୋନ୍, ଘରେ ବସି ବୁକ୍ କରିପାରିବେ ବ୍ୟାଣ୍ଡ୍-ବାଜା

ନୂଆଦିଲ୍ଲୀ ୧୯/୩: ଘରଠୁ ଆରମ୍ଭ କରି କାର୍ ଏବଂ ଅନେକ ଆବଶ୍ୟକୀୟ ସାମଗ୍ରୀର ଅଭାବକୁ ପୁରା କରିବା ପାଇଁ ଲୋନ୍ ମିଳେ । କ୍ରେଡିଟ୍ କାର୍ଡର ଚଳନ ବଢିବା ପରେ ଏବେ ଫାଇନାନ୍ସ କମ୍ପାନୀମାନେ ଅନେକ ଅଫର ନେଇଆସିଛନ୍ତି । ଏହି ତାଲିକାରେ ଏବେ ଲାଇଫର ସବୁଠାରୁ ବଡ ଇଭେଣ୍ଟ ଅର୍ଥାତ୍ ବିବାହକୁ ମେମୋରେବଲ କରିବା ପାଇଁ ମ୍ୟାରେଜ୍ ଲୋନର ସୁବିଧା ମଧ୍ୟ ମିଳୁଛି । ମ୍ୟାରୀ ନାଓ ପେ ଲେଟର(Marry Now, Pay Later) ସାହାଯ୍ୟରେ ଆପଣ ନିଜ ବିବାହକୁ ଧୁମଧାମରେ ପଇସା ଖର୍ଚ୍ଚ କରିକରିପାରିବେ । ଏହି ଲୋନ୍ ସେହି ଲୋକଙ୍କ ପାଇଁ ଲାଭଦାୟକ ଯେଉଁମାନେ ବିବାହରେ ଅନେକ ପଇସା ଖର୍ଚ୍ଚ କରି ଧୁମଧାମରେ ବିବାହ କରିବାକୁ ଚାହାଁନ୍ତି ।
ବାଏ ନାଓ ପେ ଲେଟରର ସୁବିଧା ଅନେକ ଫିନଟେକ୍ କମ୍ପାନୀମାନେ ଦେଉଛନ୍ତି । ଏଥିରେ କ୍ରୟ କରିବା ପରେ କିସ୍ତି ମାଧ୍ୟମରେ ସମ୍ପୂର୍ଣ୍ଣ ରାଶି ପୈଠ କରିହେବ । ଠିକ୍ ସେହିଭଳି ବିବାହ ପାଇଁ ମଧ୍ୟ ଆଗ ପଇସା ଆଣି ଖର୍ଚ୍ଚ କରି ପରେ କିସ୍ତି ମାଧ୍ୟମରେ ଦେଇହେବ । ଦେଶରେ ୱେଣ୍ଡିଂ ସେକ୍ଟରରେ ଏହିଭଳି ଲୋନର ଡିମାଣ୍ଡକୁ ଧ୍ୟାନରେ ରଖି ଟ୍ରାଭେଲ୍ ଫିନଟେକ୍ ପ୍ଲାଟଫର୍ମ ସଙ୍କେଶ ଏହି ସ୍କିମ୍ ଲଞ୍ଚ୍ କରିଛି । କମ୍ପାନୀ ଦିଲ୍ଲୀରେ ଟପ୍ ହୋଟେଲ ସହିତ ଚୁକ୍ତି କରି ଏହି ସ୍କିମ୍ ଆରମ୍ଭ କରିଦେଇଛି । ଏବେ ଏହାର ବିସ୍ତାର ଅନ୍ୟ ରାଜ୍ୟରେ ମଧ୍ୟ ହେବା ପାଇଁ ଯୋଜନା କରାଯାଉଛି ।
ଫିନଟେକ୍ କମ୍ପାନୀ SanKashର କୋ-ଫାଉଣ୍ଡର ତଥା ସିଇଓ ଆକାଶ ଦହିୟା ମନିକଣ୍ଟ୍ରୋଲକୁ କହିଛନ୍ତି କି ଆମେ ରେଡିସନ୍ ଗ୍ରୁଗ୍ରାମ ଏବଂ ଦିଲ୍ଲୀ ଏନସିଆରରେ ଏହି ସ୍କିମକୁ ଏକ ପାଇଲଟ୍ ପ୍ରୋଜେକ୍ଟ ରୂପେ ଲଞ୍ଚ୍ କରିଛୁ । ଏଠାରେ ଆମକୁ ୨୦ ଦିନ ଭିତରେ ୧୦୦ରୁ ଅଧିକ ଆବେଦନ ମିଳିଛି ଏବଂ ବିବାହରେ ସମୁଦାୟ ଖର୍ଚ୍ଚ ୮ କୋଟି ଟଙ୍କା ଥିଲା । ଆକାଶ ଦହିୟା କହିଛନ୍ତି କି ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ଏହି ସୁବିଧା ଉପଲବ୍ଧ ।
ମ୍ୟାରୀ ନାଓ ପେ ଲେଟର ସ୍କିମ ଅନୁସାରେ ଗ୍ରାହକଙ୍କୁ ସର୍ବାଧିକ ୨୫ ଲକ୍ଷ ଟଙ୍କାର ଲୋନ୍ ମିଳିପାରିବ ଏବଂ ସମୟ ଅବଧି ମଧ୍ୟରେ ୬ ବା ୧୨ ମାସ କିସ୍ତି ଟାଇମ୍ ହୋଇପାରେ । କୌଣସି ବି ବ୍ୟକ୍ତି ଏହି ସ୍କିମ୍ ପାଇଁ ଆବେଦନ କରିପାରିବ ଏବଂ ଯୋଗ୍ୟ ବୋଲି ସର୍ତ୍ତକୁ ପୁରା କରିବା ପରେ ୪ରୁ ୫ ଘଣ୍ଟାରେ ଲୋନ୍ ଆପ୍ରୁଭ୍ ହୋଇଯିବ । ତେବେ ବିବାହ ପାଇଁ ଲୋନ୍ ଦେବା ପୂର୍ବରୁ ଫିନଟେକ୍ କମ୍ପାନୀ ଗ୍ରାହକଙ୍କୁ ଲୋନ୍ ପୈଠ କରିବାର କ୍ଷମତା ଏବଂ ଅନ୍ୟ ସବୁ ମଧ୍ୟ ମୂଲ୍ୟାଙ୍କନ କରିବ ।
ଏହି ଅବସରରେ ଆବେଦନକାରୀଙ୍କୁ ଆଇଡି ଏବଂ ଆଡ୍ରେସ୍ ପ୍ରୁଫ୍, ବ୍ୟାଙ୍କ ଷ୍ଟେଟମେଣ୍ଟ, ସାଲାରୀ ସ୍ଲିପ୍ ଏବଂ ଆଇଟିଆର୍ ସାମିଲ ଭଳି ଡକ୍ୟୁମେଣ୍ଟ ଦେବାକୁ ହେବ । ଏହି କାଟାଗୋରୀ ଅନସିକ୍ୟେୟର୍ଡ ପର୍ସନାଲ୍ ଲୋନ୍ ଅନ୍ତର୍ଗତ ଆସିଥାଏ ଏବଂ ଅଣ୍ଡରରାଇଟିଂ ସର୍ତ୍ତରେ ପର୍ସନାଲ ଲୋନ୍ ଭଳି ହୋଇଥାଏ । ସିଇଓ ଆକାଶ ଦହିୟା କହିଛନ୍ତି କି MNPL ସ୍କିମ୍ ଜରିଆରେ ଆର୍ଥିକ ବର୍ଷ ୨୦୨୪ରେ କମ୍ପାନୀ ୧୦୦ କୋଟି ଟଙ୍କାର ଲୋନ୍ ବାଣ୍ଟିବାକୁ ପ୍ରସ୍ତୁତ ଅଛି । ଚଳିତ ବର୍ଷ ପ୍ରାୟ ୩୫ ଲକ୍ଷ ଯୋଡି ବିବାହ କରିବେ ।