PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ମାର୍ଚ୍ଚ ୨୨ରେ ଘୋଷଣା କରିବି ମୁଁ କେଉଁ ଦଳରେ ଯୋଗ ଦେବି: ଶତ୍ରୁଘ୍ନ ସିହ୍ନା

ପାଟ୍‌ନା ୧୩।୩: ପାଟ୍‌ନା ସାହିବ୍‌ରୁ ବିଜେପି ସାଂସଦ ଥିବା ସିନେ ଅଭିନେତା ଶତ୍ରୁଘ୍ନ ସିହ୍ନା ପୁଣି ଥରେ ବିଜେପି ଛାଡ଼ିବା ନେଇ ସଙ୍କେତ ଦେଇଛନ୍ତି। ସାଂସଦ ଶତ୍ରୁଘ୍ନ ସିଂହ୍ନା ମଙ୍ଗଳବାର ଦିନ କହିଛନ୍ତି ସେ ମାର୍ଚ୍ଚ ୨୨ରେ ଏହି ବିଷୟରେ ଘୋଷଣା କରିବେ କି ଲୋକସଭା ନିର୍ବାଚନ-୨୦୧୯ରେ ସେ କେଉଁ ଦଳରେ ଯୋଗ ଦେବେ।

ରବିବାର ନିର୍ବାଚନ କମିସନର ନିର୍ବାଚନର ତାରିଖ, କେତୋଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ଫଳାଫଳ ଘୋଷଣାର ତାରିଖ ସ୍ପଷ୍ଟ କରିବା ପରେ କିଏ କେଉଁ ଦଳରୁ ଲଢ଼ିବ ଏବଂ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଏବେ ତା’ ଉପରେ ସମସ୍ତଙ୍କ ନଜର । ପାଟ୍‌ନା ସାହେବ୍‌ରେ ମେ ୧୯ରେ ନିର୍ବାଚନ ହେବାକୁ ଥିବା ବେଳେ ଶତ୍ରୁଘ୍ନ ସିହ୍ନାଙ୍କ ଏଭଳି ଘୋଷଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।କେବଳ ଅପେକ୍ଷା କର ଏବଂ ଦେଖ । କୌଣସି ପ୍ରକାରର ଅନ୍ଦାଜ ଲଗାଇବାର ଆବଶ୍ୟକତା ନାହିଁ । ମାର୍ଚ୍ଚ ୨୨ରେ ସବୁକିଛି ସ୍ପଷ୍ଟ ହୋଇଯିବ । ଏହା ସ୍ପଷ୍ଟ କି ମୁଁ ୨୦୧୯ର ଲୋକସଭା ନିର୍ବାଚନ ପାଟ୍‌ନା ସାହିବ୍‌ରୁ ହିଁ ଲଢ଼ିବି । ମୁଁ ଏଠାରେ ମୋ ଭାଇମାନେ ଏବଂ ମୋର ଶୁଭଚିନ୍ତକଙ୍କ ମଧ୍ୟରେ ରହିବାକୁ ଚାହିଁବି ବୋଲି ଶତ୍ରୁଘ୍ନ ସିହ୍ନା କହିଥିଲେ ।

ସୂଚନା ମୁତାବକ, ୨୦୧୪ରେ ଜେଡିୟୁ ପ୍ରାର୍ଥୀ ଗୋପାଲ ପ୍ରସାଦ ସିହ୍ନା ଏବଂ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ତଥା ଟେଲିଭିଜନ ହୋଷ୍ଟ ଶେଖର ସୁମନଙ୍କୁ ହରାଇ ଶତ୍ରୁଘ୍ନ ସିହ୍ନା ଦୁଇ ଦୁଇ ଥର ସାଂସଦ ହୋଇଥିଲେ ।

ସମ୍ବନ୍ଧିତ ଖବର