ନୂଆଦିଲ୍ଲୀ: ବିସ୍ଫୋରକ ବୟାନ ରଖିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣକୁ ନେଇ କଲେ ବଡ ଖୁଲାସା। କହିଲେ ସଂସଦରେ ପିଏମ ମୋଦୀଙ୍କ ଉପରେ ଆକ୍ରମଣ ପାଇଁ ହୋଇଥିଲା ଭୟଙ୍କର ଷଡଯନ୍ତ୍ର। ବିରୋଧୀ ମାନେ ଏହି ଷଡଯନ୍ତ୍ର ରଚିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ସ୍ଥଗିତ ରଖିବା ଉପରେ ବାଚସ୍ପତି ଓମ୍ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ସାଂସଦ ମାନେ ପ୍ରଧାନମନ୍ତ୍ରୀଙ୍କ ଚୌକି ଘେରି ରହିଥିଲେ, ତେଣୁ ସେ ତାଙ୍କୁ ଲୋକସଭାକୁ ନ ଆସିବାକୁ ପରାମର୍ଶ ଦେଇଥିଲେ। ବାଚସ୍ପତି କହିଛନ୍ତି, "ଗତକାଲି ଗୃହରେ କ'ଣ ଘଟିଥିଲା ତାହା ଦେଶ ଦେଖିଛି। ସାଂସଦ ମାନେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଚୌକି ଆଡ଼କୁ କିପରି ଯିବାକୁ ଚେଷ୍ଟା କରିଥିଲେ ତାହା ସମସ୍ତେ ଦେଖିଛନ୍ତି।"

ପ୍ରଧାନମନ୍ତ୍ରୀଙ୍କ ସହିତ କିଛି ବି ହୋଇପାରେ : ଓମ୍ ବିର୍ଲା

ଗୁରୁବାର ଗୃହର କାର୍ଯ୍ୟ ସ୍ଥଗିତ ରଖିବା ପୂର୍ବରୁ, ଲୋକସଭା ବାଚସ୍ପତି କହିଛନ୍ତି, "ଗୃହରେ ଯାହା ଘଟିଥିଲା ତାହା ଏକ ବ୍ଲାକ ସ୍ପଟ୍ ଭଳି ଥିଲା। ମୋ ପାଖକୁ ଏମିତି କିଛି ବିଶ୍ୱସ୍ତ ସୂଚନା ଆସିଥିଲା, କଂଗ୍ରେସ ସାଂସଦ ମାନେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଇ କୌଣସି ଅପ୍ରତ୍ୟାଶିତ ଘଟଣା ଘଟାଇ ପାରିବେ । ଯଦି ଏହି ଘଟଣା ଘଟିଥାନ୍ତା, ତେବେ ଏହା ଅତ୍ୟନ୍ତ ନିନ୍ଦନୀୟ ହୋଇଥାନ୍ତା। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ନ ଆସିବାକୁ ଅନୁରୋଧ କରିଥିଲି, ଏବଂ ସେ ମୋ ପରାମର୍ଶ ପାଳନ କରିଥିଲେ।"

ସାଂସଦ ମାନେ ଲୋକସଭା ସଦନରେ ହଙ୍ଗାମା କରିଥିଲେ...

ବାଚସ୍ପତି କହିଛନ୍ତି ଯେ, କିଛି ସାଂସଦ ଲୋକସଭା ସଦନରେ ହଙ୍ଗାମା କରିଥିଲେ ଏବଂ ସେ ଜାଣିଥିଲେ ଯେ, କଂଗ୍ରେସ ନେତୃତ୍ୱରେ ବିରୋଧୀ ସାଂସଦ ମାନେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ବାଧା ଦେବାକୁ ଚେଷ୍ଟା କରିପାରନ୍ତି। ସେ କହିଛନ୍ତି, "ଆମ ସଂସଦୀୟ ବ୍ୟବସ୍ଥାରେ, ସମ୍ବିଧାନ ଗୃହର ବାଚସ୍ପତିଙ୍କ ମର୍ଯ୍ୟାଦାଜନକ ପଦବୀ ସୁନିଶ୍ଚିତ କରେ। ରାଜନୈତିକ ମତଭେଦକୁ ସଂସଦର କୋଠାକୁ ଅଣାଯାଏ ନାହିଁ।"