ଭୁବନେଶ୍ୱର,୧୦/୦୬:  ଲୋକସେବା ଭବନରୁ ଚୋରି  କରିବା ଅଭିଯୋଗରେ କ୍ୟାପିଟାଲ  ଥାନା ପୁଲିସ ୪ଜଣ ଶ୍ରମିକଙ୍କୁ  ଗିରଫ କରିଛି। ସେମାନେ ହେଲେ,  ପ୍ରଫୁଲ କୁମାର ଜେନା, ଉର୍ମିଳା  ପ୍ରଧାନ, କ୍ରିଷ୍ଣା ବିଶୋୟୀ ଓ କୁମାରୀ  ପ୍ରଧାନ । ପୁଲିସ ସେମାନଙ୍କ ଠାରୁ ୨ଟି ଏସି ୟୁନିଟ୍‌ ଜବତ କରିଛି ।  

ପୁଲିସ ସୂଚନା ମୁତାବକ, ଗତ କିଛି  ଦିନ ଧରି ଲୋକସେବା ଭବନରୁ ଅନେକ ଏସି ଆଉଟ୍‌ଡୋର ୟୁନିଟ୍‌ ଚୋରି ହେଉଥିଲା । ସିସିଟିଭି ଯାଞ୍ଚରୁ  ଜଣାପଡ଼ିଥିଲା ଯେ ରବିବାର ଦିନ  ୧୨ଟା ୩୦ ମିନିଟ୍‌ରେ ତିନି ଜଣ ମହିଳାଙ୍କ ଓ ଜଣେ ପୁରୁଷ ଶ୍ରମିକ ଆରଡି ସମ୍ମିଳନୀ ହଲ ଛାତରୁ ଏକ ଏସି ୟୁନିଟ୍‌ ଭାଙ୍ଗି ତମ୍ବା ତାର ଚୋରି କରୁଛନ୍ତି । ଏହାପରେ ଦୀପକ କୁମାର ସାହୁଙ୍କ ଲିଖିତ ରିପୋର୍ଟ ଆଧାରରେ ପୁଲିସ ଚାରି ଅଭିଯୁକ୍ତଙ୍କୁ କ୍ୟାପିଟାଲ ଥାନା ଅଞ୍ଚଳ ୟୁନିଟ୍‌-୫, କେଶରୀ  ନଗର ବସ୍ତିରୁ ଗିରଫ କରି କୋର୍ଟ ଚାଲାଣ କରିଛି।