ଭୁବନେଶ୍ୱର,୦୪/୧୦: ଶୁକ୍ରବାର ବିକଶିତ ଭାରତ@ ୨୦୪୭ ଏବଂ  ବିକାଶିତ ଓଡ଼ିଶା@୨୦୩୬ ବୈଠକ ।  ଏଥି ନିମନ୍ତେ ‘ସଂସ୍କୃତି ଓ ଐତିହ୍ୟ’  ସମ୍ବନ୍ଧୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ବିଭିନ୍ନ ବିକାଶମୂଳକ ଚିନ୍ତାଧାରା ଓ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଏବଂ ଏହାର  କାର୍ଯ୍ୟାନ୍ୱୟନ କ୍ରମରେ ଓଡ଼ିଆ ଭାଷା,  ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ,  ଆଦିବାସୀ ସଂସ୍କୃତି, ଲୋକକଳା,  ଐତିହ୍ୟ ବର୍ଗରେ ପ୍ରତିଷ୍ଠିତ ବ୍ୟକ୍ତି ତଥା ବିଶାରଦମାନେ ଯୋଗଦେବେ । 

ଓଡ଼ିଆ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବାହ୍ଣ ୧୦ଟା ସମୟରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ସମ୍ମିଳନୀରେ  ବିଶାରଦମାନେ ଯୋଗଦେଇ ସୁଚିନ୍ତିତ  ମତାମତ ଲିଖିତ ଓ ମୌଖିକ ଭାବେ  ପ୍ରଦାନ କରିବେ । ଏହାଛଡ଼ା ୩ଟି ପ୍ରମୁଖ ବିଷୟରେ ଉପରେ ଚର୍ଚ୍ଚା ହେବ । 

ଭାରତ @୨୦୪୭ ଏବଂ ବିକଶିତ ଓଡ଼ିଶା @୨୦୩୬ରେ ‘ସଂସ୍କୃତି ଓ ଐତିହ୍ୟ’କୁ  ନେଇ ୩-୪ଟି ପରାମର୍ଶ, ଯାହା  କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅର୍ଥନୀତି  ସୁଦୃଢ଼ ହେବା ସହିତ ଲୋକକଳା ଓ  ସଂସ୍କୃତି ସୁରକ୍ଷିତ ହେବ । ଏଥି ସହିତ  ରୋଜଗାର ଓ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି ହେବ।