ଭଣ୍ଡାରୀପୋଖରୀ,୨୧/୬(ଆ.ପ୍ର.): ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ସାହାରାଗଡିଆ ଛକରେ ଅବସ୍ଥିତ ଜନୈକ ହୋମଗାର୍ଡଙ୍କ ଘରୁ ଶନିବାର ଦିନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି।  ହୋମଗାର୍ଡ ଙ୍କ ପତ୍ନୀ  ଶନିବାର ସକାଳେ କୌଣସି କାମରେ କଟକ ଯାଇଥିଲେ। ସକାଳ  ୮ଟା ବେଳେ ହୋମଗାର୍ଡ ଘରେ ତାଲା ପକାଇ ଥାନାକୁ ଯାଇଥିଲେ। ଅପରାହ୍ନ ୨ଟା ବେଳେ ଥାନାରୁ ଫେରି କବାଟ ଓ ଆଲମାରୀ ତାଲା ଭଙ୍ଗାଯାଇ ଚୋରି ହୋଇଥିବା ଦେଖି ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଚଳାଇଛି।