ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଘର ମାଲିକ କୁମ୍ଭମେଳାରେ ବୁଡ ପକାଇବାକୁ ଯାଇଛନ୍ତି, ଦୁର୍ବୃତ୍ତ ଘରେ ବୁଲାଇଲେ କଳାକନା

Published By : Suraj Kumar | February 9, 2025 6:27 PM

ଝାରସୁଗୁଡା, ୯।୨ , ଘର ମାଲିକ କୁମ୍ଭମେଳାରେ ବୁଡ ପକାଇବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ଘରେ କଳା କନା ବୁଲାଇଛନ୍ତି। ଘର ତାଲା ଭାଙ୍ଗି ୨୦ ଲକ୍ଷ ଟଙ୍କାର ସୁନା ଗହଣ ଲୁଟି ନେଇଛନ୍ତି।  ଓରିଏଣ୍ଟ ଥାନା ଅଧୀନ ଅଭୟପୁର ଅଞ୍ଚଳରେ ଏହି ଘଟଣା ଘଟିଛି। 

ଓରିଏଣ୍ଟ ଥାନା ଅନ୍ତର୍ଗତ ଅଭୟପୁର ଅଞ୍ଚଳ ରେ ରହୁଥିବା ନାରାୟଣ ଅଗ୍ରୱାଲ କୁମ୍ଭ ମେଳାରେ ବୁଡ ପକାଇବାକୁ ଯାଇଛନ୍ତି। ଘରେ ଏକୁଟିଆ ତାଙ୍କ ପୁଅ ଚିତ୍ତରଞ୍ଜନ ଅଗ୍ରୱାଲ ଥିଲେ । ସେ ତାଙ୍କ ରୁମରେ ଶୋଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଶନିବାର ରାତିରେ  ଦୁର୍ବୃତ୍ତମାନେ ଘରେ ପଶିଥିଲେ। ଘରର  ଦୁଇଟି ରୁମ ର ତାଲା ଭାଙ୍ଗି  ଘର ଭିତରେ ଥିବା ଆଲମୀରା ଭଙ୍ଗାରୁଜା କରି ସୁନାଗହଣା ଲୁଟି ନେଲେ। ଚିତ୍ତରଞ୍ଜନ ସକାଳୁ ଉଠି ଘର ଆଲମିରା ଭଙ୍ଗାରୁଜା ହୋଇଥିବା ଦେଖି ସଙ୍ଗେ ସଙ୍ଗେ ଓରିଏଣ୍ଟ ଥାନା କୁ ଖବର ଦେଇଥିଲେ । ଖବର ପାଇ ଓରିଏଣ୍ଟ ଥାନା ପୋଲିସ ପହଞ୍ଚି ଘଟଣା ତଦନ୍ତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.