ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍

କଣ୍ଟାବାଞ୍ଜି, ୦୭/୧୨ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁ ମାଝୀପଡ଼ା ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍। ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଅଫିସ୍ ଓ ରନ୍ଧାଘରର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ସୂଚନାନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ବିଦ୍ୟାଳୟ ବାହାରେ ଠକ୍ ଠକ୍ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆସି ଦେଖିଲା ବେଳକୁ ଅଫିସ ଓ ରନ୍ଧା ଘରର ତାଲା ଭଙ୍ଗା ହୋଇଥିଲା। ଏନେଇ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଚୋରମାନେ କଣ ଚୋରି କରିଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।