PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ରାଧାକୃଷ୍ଣ ମନ୍ଦିରରୁ ଆଣ୍ଠୁଆ ଗୋପାଳ ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ, ଦୁଦୁରାପଦର ଠାକୁରାଣୀ ମନ୍ଦିରରୁ ହେଲା ଉଦ୍ଧାର

ସାନଖେମୁଣ୍ଡି, ୨୧/୧୧ : ବିଳମ୍ଵିତ ରାତିରେ ରାଧାକୃଷ୍ଣ ମନ୍ଦିରରୁ ଚୋରି ଅଭିଯୋଗ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରାଧାଦେଇପୁର ପଞ୍ଚାୟତ ଉସ୍ତା ଜଗନ୍ନାଥପୁର ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିରରେ ଥିବା ପିତଳ ଥାଳି, ବାଲଟି, ଗ୍ଲାସ, ଢାଳ ସହ ଆଣ୍ଠୁଆ ଗୋପାଳ ମୂର୍ତ୍ତି ଚୋରି କରିନେଇଥିଲେ। ମନ୍ଦିର ପୂଜକ ସକାଳୁ ମନ୍ଦିରର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଭିତରେ ଯାଇ ଦେଖିଲା ବେଳକୁ ମୂର୍ତ୍ତି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ।

ଗ୍ରାମବାସୀ ଖୋଜାଖୋଜି କରିବା ସତ୍ତ୍ଵେ କୌଣସି ଖୋଜ ଖବର ମିଳିନଥିଲା। ଖବର ପାଇ ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ସମସ୍ତ ସାମଗ୍ରୀ ଏବେ ଖଲିଙ୍ଗୀ ପଞ୍ଚାୟତ ଦୁଦୁରାପଦର ଠାକୁରାଣୀ ମନ୍ଦିର ପାଖରୁ ଉଦ୍ଧାର ହୋଇଛି। ଆଜି ସକାଳେ ମନ୍ଦିର ସମ୍ମୁଖରେ ଚୋରି ଜିନିଷ ଥୁଆ ହୋଇଥିବା ସେଠାକାର ପୂଜାରୀ ଦେଖିଥିଲେ। ଏହାପରେ ମୂର୍ତ୍ତି ନେଇଯିବାକୁ ଖବର ଦେଇଥିଲେ।