PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବିଳମ୍ବିତ ରାତିରେ ଘରେ ପଶି ଚୋରି କରିବା ସହ ଗୋଦାମରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ

ସାନଖେମୁଣ୍ଡି, ୨୯/୦୯ : ବିଳମ୍ବିତ ରାତିରେ ଘରେ ପଶି ଚୋରି କରିବା ସହ ଗୋଦାମ ଘରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି।

ସୂଚନାନୁଯାୟୀ, ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗ୍ରାମର ମନୋଜ ମିଶ୍ର ଘରେ ନଥିବା ବେଳେ ପରିବାର ଲୋକ ଶୋଇଥିବା ଫାଇଦା ଉଠାଇ କବାଟ ଉପର ପିଞ୍ଜରୀ ଭିତର ଦେଇ ଜଣେ ଦୁର୍ବୃତ୍ତ ଘର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଯୁବକ ଜଣଙ୍କ ଦୁଇଟି ମୋବାଇଲ୍, ଟ୍ରଚ୍ ଲାଇଟ୍, ହେଡ ଫୋନ ନେବା ସହ ନିକଟସ୍ଥ ସୀମାଞ୍ଚଳ ପାଢ଼ୀଙ୍କ ଗ୍ରୋସେରି ଦୋକାନ ଗୋଦାମରେ ନିଆଁ ଲଗାଇଦେଇଥିଲା। ଏହି ସମୟରେ ଯୁବକ ଜଣଙ୍କ ଦୌଡ଼ି ପଳାଇବା ବେଳେ ଗ୍ରାମବାସୀମାନେ ତାକୁ କାବୁ କରିବା ସହ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଦୁର୍ବୃତ୍ତଙ୍କୁ ହେପାଜତକୁ ନେଇଛି। ଯୁବକ ଜଣଙ୍କ ହେଉଛନ୍ତି ଉକ୍ତ ଗାଁର ଶ୍ରୀହରି ପୃଷ୍ଟି (୨୨)। ସେ ୫ ଦିନ ପୂର୍ବେ ଚୋରି କେସରୁ ଜେଲରୁ ମୁକୁଳିଥିଲେ। ସେପଟେ ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି। ତେବେ ଗୋଦାମ ଘରେ ଥିବା ରାସନ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି।