ପୁରୀ,୧୪/୦୭: ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଉଲାଗି ହୋଇଥିବା ଅଳଙ୍କାରାଦିର ଗଣତି ଆସନ୍ତା ୧୯ ତାରିଖରେ ଗୋଟିଏ ଦିନ ପାଇଁ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି । ଏହି ଗଣତି କାର୍ଯ୍ୟ ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ସମ୍ପାଦନ କରାଯିବ ।
ଅଧିକ ପଢ଼ନ୍ତୁ :- Ratha Jatra Traffic Advisory; କେମିତି ଯିବେ ପୁରୀ ଜାରି ହେଲା ଟ୍ରାଫିକ୍ ନିର୍ଦ୍ଦେଶାବଳୀ, ୩୦ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା
ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟର ତାରିଖ ପରବର୍ତ୍ତୀ ସମୟରେ ଅବଗତ କରାଯିବ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସୂଚାରୁ ସମ୍ପାଦନ ପାଇଁ ପୂର୍ବଭଳି ସମସ୍ତ ସେବାୟତ ଏବଂ ସଦସ୍ୟମାନଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟ ପ୍ରଶାସକ ।
ସୂଚନାଥାଉକି, ଗତ ମେ ୨୩ ତାରିଖଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ସ୍ଥଗିତ ରହିଛି ।