ପ୍ରମୂଖ ଖବର
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ସୁଖୋଇ ବିମାନ ଟାୟାରରେ ଗଡ଼ିବ ଜଗନ୍ନାଥଙ୍କ ରଥ, ୪ଟି ଟାୟାର କିଣିଲେ କୋଲକାତା ଇସ୍କନ୍‌

Published By : Prameya | June 2, 2025 3:10 PM

କୋଲକାତା,୦୨/୦୬: କୋଲକାତା ଇସ୍କନ୍‌ର ପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରାରେ ରଥର ଚକାକୁ ଦୀର୍ଘ  ୪୮ ବର୍ଷ ପରେ ବଦଳା ଯାଇଛି । ଏଥର ରଥରେ  ସୁଖୋଇ ବିମାନର ଟାୟାର ଲଗାଯାଉଛି । ରୁଷୀ  ଯୁଦ୍ଧ ବିମାନ ସୁଖୋଇର ଉଡ଼ାଣ ବେଗ ଘଣ୍ଟା ପିଛା  ୨୮୦ କିଲୋମିଟର ହୋଇଥାଏ । ତେବେ ରଥ ଘଣ୍ଟା  ପିଛା ୧.୪ କିଲୋମିଟର ଗତିରେ ଚାଲିବ ।

ଇସ୍କନ୍‌  କୋଲକାତା ପକ୍ଷରୁ କୁହାଯାଇଛି ଯେ ଅନେକ ବର୍ଷ  ଧରି ରଥକୁ ଚଳାଇବାରେ ସମସ୍ୟା ହେଉଥିଲା ।  ଆୟୋଜକ ୧୫ ବର୍ଷ ହେଲା ନୂଆ ଟାୟାର  ସନ୍ଧାନରେ ରହିଥିଲେ । ବୋଇଙ୍ଗ୍‌ ବିମାନର ପୁରୁଣା  ଟାୟାର ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ  ଏହା ବଜାରରେ ମିଳିବା କଷ୍ଟକର ହୋଇପଡ଼ିଛି । ଏହାପରେ ଆୟୋଜକମାନେ ସୁଖୋଇ ବିମାନର  ଟାୟାରକୁ ରଥରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । କାରଣ ଏହାର ବ୍ୟାସ ବୋଇଙ୍ଗ୍‌ ଟାୟାର ସହ ମେଳ  ଖାଉଛି । ଇସ୍କନ୍‌ ମ୍ୟାନେଜମେଣ୍ଟ ସମ୍ପୃକ୍ତ କମ୍ପାନିଠାରୁ  ସୁଖୋଇର ୪ଟି ଟାୟାର କ୍ରୟ କରିଛି । ଗୋଟିଏ  ଟାୟାରର ଓଜନ ୧୧୦ କିଲୋଗ୍ରାମ ଓ ବ୍ୟାସ ୪  ଫୁଟ । ଏବେ ସେଗୁଡ଼ିକୁ ରଥରେ ଲଗାଯାଉଛି ।  ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ମାସ  ଶୁଳ୍କ ପକ୍ଷ ଦ୍ୱିତୀୟା ତିଥିରେ ଆରମ୍ଭ ହୋଇଥାଏ ।  ଏଥର ରଥଯାତ୍ରା ଜୁନ୍‌ ୨୭ରେ ଆରମ୍ଭ ହେବ । ଏହା  ୮ ଦିନ ଧରି ଚାଲି ଜୁଲାଇ ୫ରେ ଶେଷ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.