ପୁରୀ,୧୪/୦୭: ଶ୍ରାବଣ ମାସ ଉପଲକ୍ଷେ ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରବିବାର ପୁରୀ ବେଳାଭୂମିରେ ବାଲିରେ ଦେବ ଦେବ ମହାଦେବଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ବାଲୁକା କଳା ମାଧ୍ୟମରେ ଶ୍ରାବଣ ମାସର ଶୁଭାରମ୍ଭରେ ମହାଦେବଙ୍କର ଆଶୀର୍ବାଦ ସମଗ୍ର ସଂସାର ଉପରେ ଥାଉ ବୋଲି ସେ ବାର୍ତ୍ତା ଦେଇଛନ୍ତି।
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଭୁ ଶିବଙ୍କର ଏକ ସୁନ୍ଦର ବାଲୁକା କଳା ତିଆରି କରିଛନ୍ତି । ମହାଦେବଙ୍କ ମସ୍ତକରେ ଚନ୍ଦ୍ରମା ଶୋଭା ପାଉଥିବା ବେଳେ ଗଙ୍ଗା ବହୁଛି । ପ୍ରଭୁଙ୍କ ଡାହାଣ ପାର୍ଶ୍ୱରେ ଏକ ଶିବଲିଙ୍ଗ ରହିଥିବା ବେଳେ ବାମ ପାର୍ଶ୍ୱରେ ଏକ ହଳଦିଆ ରଙ୍ଗର ସର୍ପ ରହିଛି । ଯାହା ଏହି ବାଲୁକା କଳାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ଏହି ସୁନ୍ଦର ବାଲୁକାକଳା ସହିତ "ଓମ୍ ନମଃ ଶିବାୟ, ମହାଦେବ ଆମକୁ ଶକ୍ତି, ଶାନ୍ତି ଏବଂ ଭକ୍ତି ସହିତ ଆଶୀର୍ବାଦ କରନ୍ତୁ"ବୋଲି ସେ ଲେଖିଛନ୍ତି । ଶ୍ରାବଣ ପ୍ରଥମ ସୋମବାରରେ ଏପରି ଏକ ଅନନ୍ୟ ପ୍ରୟାସ କରି ମହାଦେବଙ୍କ ଆଶୀର୍ବାଦ ସମଗ୍ର ସଂସାର ଉପରେ ଥାଉ ବୋଲି ବର୍ତ୍ତା ଦେଇଛନ୍ତି ।