ଭୁବନେଶ୍ବର ୨୬/୦୧: ସାଧୁସନ୍ଥଙ୍କ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଛି ଖଣ୍ଡଗିରି-ଉଦୟଗିରି ଗୁମ୍ଫାଗହ୍ୱର । ଏଥିସହ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ୯ଦିନ ବ୍ୟାପୀ ଏହି ମେଳା ଚାଲିବା ପରେ ମାଘ ପୂର୍ଣ୍ଣିମାରେ ଯଜ୍ଞର ପୂର୍ଣ୍ଣାହୂତି ସହ ସମାପନ ହେବ । ଏଥର ଏହି ମେଳାକୁ ଏପରି ଜଣେ ସାଧୁ ଆସିଛନ୍ତି ଯିଏ ପ୍ରେମକୁ ନ ପାଇ ସନ୍ୟାସୀ ଜୀବନ ଆପଣେଇଛନ୍ତି। ପ୍ରେମରେ ବିଫଳତା ଜଣେ ଯୁବକଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଛି । ସେ ହେଲେ ଶ୍ରୀ ପଞ୍ଚାୟତି ନିରଞ୍ଜନ ଆଖଡା । ସେ ରେଳବାଇରେ ଚାକିରି କରିଥିଲେ । ସେ ଜଣେ ଝିଅକୁ ଭଲ ପାଉଥିଲେ ଓ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ପାରିବାରିକ ବିରୋଧ ଓ ସାମାଜିକ ଚାପ କାରଣରୁ ସେ ବିବାହ କରିପାରି ନ ଥିଲେ । ଏହି ଘଟଣା ପରେ ସେ ସାଂସାରିକ ଜୀବନ ତ୍ୟାଗ କରି ସନ୍ୟାସୀ ଜୀବନକୁ ବାଛିନେଇଛନ୍ତି ।
ଆହୁରି ପଢ଼ନ୍ତୁ:- ହେଇ ହେଇ ଆଇଲା ଲୋ...ଦିନକ ପରେ ଯାତ୍ରା ମହାକୁମ୍ଭ, ୭ ପେଣ୍ଡାଲ୍ରେ ୧୫ ଅପେରା ପାର୍ଟିଙ୍କ ଲଢ଼େଇ