ନୂଆଦିଲ୍ଲୀ,୧୩/୦୩; ସାମ୍ପ୍ରତିକ ବିଶ୍ୱ ଭୂରାଜନୈତିକ ଉତ୍ତେଜନା ପୁଣି ଥରେ ବିଶ୍ୱବ୍ୟାପୀ ଶକ୍ତି ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି କରିଛି । ଭାରତ ବିଶ୍ୱର ସର୍ବବୃହତ ଏଲପିଜି ଗ୍ରାହକ ଏବଂ ମଧ୍ୟପ୍ରାଚ୍ୟର ଏହାର ମୋଟ ବ୍ୟବହାର ପ୍ରାୟ ୬୦ ପ୍ରତିଶତ ଆମଦାନୀ କରେ । ପଶ୍ଚିମ ଏସୀୟ ସଙ୍କଟ ଭାରତର ରନ୍ଧନ ଗ୍ୟାସକୁ ପ୍ରଭାବିତ କରୁଛି ! ସରକାର ଘରୋଇ ଏଲପିଜି ବୁକିଂ ନିୟମ ପରିବର୍ତ୍ତନ କରିଛନ୍ତି ଏବଂ ବାଣିଜ୍ୟିକ ଗ୍ୟାସ ଯୋଗାଣକୁ ସୀମିତ କରିଛନ୍ତି । କଳାବଜାରୀ ରୋକିବା ପାଇଁ ପଦକ୍ଷେପ ନେବା ସହିତ ଗ୍ୟାସ ସଙ୍କଟର ସମାଧାନ ପାଇଁ ସରକାରଙ୍କ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି । ଯଦି ବିଶ୍ୱ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୁଏ, ତେବେ ଏହା ଭାରତର ରୋଷଇ ଘରଠାରୁ ଆରମ୍ଭ କରି ଏହା ଅର୍ଥନୀତି ପର୍ଯ୍ୟନ୍ତ ସବୁକିଛି ଉପରେ ସିଧାସଳଖ ପ୍ରଭାବ ପକାଇବ । ଏବେ ପ୍ରଶ୍ନ, ଭାରତର କଣ ପ୍ଲାନ ବି ଅଛି ? ଆସନ୍ତୁ ଭାରତର ବିକଳ୍ପ ବିଷୟରେ ଜାଣିବା । ଭାରତ ସରକାର ସକ୍ରିୟ ଭାବେ କଣ ପ୍ରୋତ୍ସାହିତ କରୁଛନ୍ତି ।
ବର୍ତ୍ତମାନ ସଙ୍କଟ- ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଦେଶର ଏଲପିଜି ଯୋଗାଣ ନେଇ ଚିନ୍ତା ବଢାଇ ଦେଇଛି । ହୋର୍ମୁଜ ପ୍ରଣାଳୀ ନିକଟରେ ସାମୁଦ୍ରିକ ପରିବହନ ବାଧାପ୍ରାପ୍ତ ହେବା ଦ୍ୱାରା ଭାରତର ଏଲପିଜି ଆମଦାରୀ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ପରିସ୍ଥିତିର ସମାଧନ ଏବଂ ଘରୋଇ ଗ୍ରାହଖମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିନ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି । ଭାରତ ଏହାର ଏଲପିଜି ଆବଶ୍ୟକତା ୬୦ ପ୍ରତିଶତ ଆମଦାନୀ କରେ । ଏହି ଆମଦାନୀର ୯୦ ପ୍ରତିଶତ ପଶ୍ଚିମ ଏସିଆରୁ ହୋର୍ମୁଜ ପ୍ରଣାଳୀ ଦେଇ ଆସେ । ଏହି ମାର୍ଗରେ ବାଧା ସୃଷ୍ଟି ହେବାରୁ ମୋଟ୍ ଏଲପିଜି ବ୍ୟବହାର ବର୍ତ୍ତମାନ ପ୍ରାୟ ୫୫ ପ୍ରତିଶତ ଉପଲବ୍ଧ ନାହିଁ ।
ସୀମିତ ଏଲପିଜି ଆବଣ୍ଟନ- ମାସିକ ହାରାହାରି ଏଲପିଜି ଆବଶ୍ୟକତା କେବଳ ୨୦ ପ୍ରତିଶତ ବାଣିଜ୍ୟିକ ବ୍ୟବହାର ପାଇଁ ଆବଣ୍ଟନ କରାଯିବ । କଳବଜାରୀ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସହିତ ସମନ୍ବୟରେ ଏହା କରାଯିବ । ନିରବିଚ୍ଛିନ ଯୋଗାଣ ପାଇଁ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଥାମିକତା ଦିଆଯାଇଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୪୮ ହଜାର କିଲୋଲିଟର କିରୋସିନ ପ୍ରଦାନ କରିଛି । ଯୁ୍ଦ୍ର ଏବଂ ମଧ୍ୟମ ଗ୍ରାହକଙ୍କୁ ଅଧିକ କୋଇଲା ଆବଣ୍ଟନ କକିବାକୁ ନିର୍ଦ୍ଦେଶ ଦେଇଛି ।
ଘରୋଇ ଗ୍ରାହକଙ୍କ ପାଇଁ ନୂଆ ନିୟମ- ସରକାର ସ୍ପଷ୍ଟ କରିଛନ୍ତି ଯେ, ୩୩୦ ନିୟୁତରୁ ଅଧିକ ଘରୋଇ ଗ୍ରାହକଙ୍କ ରନ୍ଧନ ଗ୍ୟାସ ଆବଶ୍ୟକତା ଏହାର ସର୍ବୋଚ୍ଚ ପ୍ରାଥମିକତା । ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ୨ଟି ସିଲିଣ୍ଡର ବୁକିଂ ମଧ୍ୟରେ ସର୍ବନିମ୍ନ ବ୍ୟବଧାନ ୪୫ ଦିନକୁ ବୃଦ୍ଧି କରାଯାଇଛି । ସହରାଞ୍ଚଳ ପରିବାର ପାଇଁ ବୁକିଂ ଦିନ ୨୫ ଦିନ କରାଯାଇଛି । ପୂର୍ବରୁ ୨୧ ଦିନ ଥିଲା ।
ଘରୋଇ ଉତ୍ପାଦନ ବୃଦ୍ଧି- ଏଲପିଜି ଉତ୍ପାଦନକୁ ସର୍ବାଧିକ କରିବାକୁ ରିଫାଇନାରୀକୁ ନିର୍ଦ୍ଦେଶ ଦିଆଯାଇଛି . ଘରୋଇ ଏଲପିଜି ଉତ୍ପାଦନ ୨୮ ପ୍ରତିଶତକୁ ବୃଦ୍ଧି ହୋଇଛି । ଘରୋଇ ଚାହିଦା ପୂରଣ କରିବାକୁ ସିଧାସଳଖ ବ୍ୟବହାର କରାଯାଉଛି । ହୋଟେଲ ଏବଂ ରେଷ୍ଟୁରାଣ୍ଟ ପାଇଁ ବିକଳ୍ପ ବ୍ୟବସ୍ଥା ରହିଛି । ବିଣିଜ୍ୟିକ ବ୍ୟବହାରକାରୀଙ୍କ ଉପରେ ଏଲପିଜି ଚାପ କମାଇବାକୁ ସରକାର ଅନ୍ୟାନ୍ୟ ଇନ୍ଧନ ବିକଳ୍ପଗୁଡିକୁ ସକ୍ରିୟ କରିଛନ୍ତି ।
ଏହା ବି ପଢନ୍ତୁ...ଭାରତୀୟ ହାଣ୍ଡିଶାଳରେ ମଧ୍ୟପ୍ରାଚ୍ୟ ନିଆଁ : ହୋଟେଲ-ଢାବାରେ ତାଲା, ସ୍ଵିଗି-ଜୋମାଟୋରେ ଅର୍ଡର କ୍ୟାନସଲ୍
ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉତ୍ତର- କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଏହା ଗୁଜବ ପ୍ରଚାର କରିବାର ସମୟ ନୁହେଁ । ଭାରତ ଇତିହାସର ସବୁଠାରୁ ବଡ ସଙ୍କଟର ସମ୍ମୁଖୀନ ହୋଇଛି ତଥାପି ପରିସ୍ଥିତି ନିୟନ୍ତ୍ରଣରେ ରହିଛି । କୂଟନୈତିକ ପ୍ରୟାସ ଯୋଗୁଁ ଅଣ-ଇସ୍ରାଏଲ ଉତ୍ସର ଅଶୋଧିତ ତୈଳ ଆମଦାନୀ ୫୫ରୁ ୭୦ରୁ ବୃଦ୍ଧି ହୋଇଛି । ଭାରତ ଏବେ ୪୦ଟି ବିଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛି । ଦେଶରେ ପେଟ୍ରୋଲ, ଡିଜେଲ, କିରୋସିନି କିମ୍ବା ବିମାନ ଟର୍ବାଇନ ଇନ୍ଧନର କୌଣସି ଅଭାବ ନାହିଁ । ଯାନବାହାନ ପାଇଁ ସିଏନଜି ୧୦୦ ପ୍ରତିଶତ ପ୍ରାକୃତିକ ବ୍ୟାସ ଆବଣ୍ଟନ କରାଯାଇଛି । ସରକାର ଲୋକଙ୍କୁ ଭୟଭୀତ ନ ହେବାକୁ ଏବଂ ଅତିରିକ୍ତ ଗ୍ୟାସ ବୁକ୍ କରିବାକୁ ନିବେଦନ କରିଛନ୍ତି ।