ସାଧାରଣ ଲୋକଙ୍କୁ ଝଟକା,ଏତେ ଟଙ୍କା ବଢିଲା ରୋଷେଇ ଗ୍ୟାସର ମୂଲ୍ୟ

ନୂଆଦିଲ୍ଲୀ,୧।୬: ଜୁନ୍ ମାସର ଆରମ୍ଭରୁ ସାଧାରଣ ଲୋକଙ୍କୁ ଝଟକା ଲାଗିଛି। ରୋଷେଇ ଗ୍ୟାସ୍ ସିଲିଣ୍ଡରର ଦାମରେ ପୁଣିଥରେ ବୃଦ୍ଧି ହୋଇଛି। ବିନା ସବସିଡି ଓ୍ବାଲା ଘରୋଇ ଏଲପିଜି ସିଲିଣ୍ଡର ୧ ଜୁନରୁ ୨୫ ଟଙ୍କା ମହଙ୍ଗା ହୋଇଯାଇଛି। ସେଭଳି ସବସିଡି ଥିବା ଗ୍ୟାସ ସିଲିଣ୍ଡର ମଧ୍ୟ ୧ ଟଙ୍କା ୨୩ ପଇସା ମହଙ୍ଗା ହୋଇଛି। ସରକାରୀ ତେଲ ମାର୍କେଟିଂ କମ୍ପାନୀ(ଏଚପିସିଏଲ, ବିପିସିଏଲଏ, ଆଇଓସି) ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀରେ ୧ ଜୁନରରୁ ସବସିଡି ଥିବା ଗ୍ୟାସ ସିଲିଣ୍ଡର ୪୯୭ ଟଭ୍କା,୩୭ ପଇସାରେ ମିଳିବ, ଯାହାର ମୂଲ୍ୟ ମଇ ମାସ ସମୟରେ ୪୯୬.୧୪ଟଙ୍କା ଥିଲା। ଏକ୍ସପର୍ଟଙ୍କ କହିବା ଅନୁସାରେ ଅନ୍ତଃର୍ଜାତୀୟ ସ୍ତରରେ କଞ୍ଚା ତେଲର ମହଙ୍ଗା ହେବା କାରଣରୁ ଭାରତୀୟ ମୁଦ୍ରା ଦୁର୍ବଳ ହୋଇଛି, ତେଣୁ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି।
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ୧ ମଇରେ ମଧ୍ୟ ଏଲପିଜେ ଦାମ ବୃଦ୍ଧି ପାଇଥିଲା। ସବସିଡି ଥିବା ରୋଷେଇ ଗ୍ୟାସ(ଏଲପିଜି) ସିଲିଣ୍ଡରର ମୂଲ୍ୟ ୧ ମଇକୁ ୨୮ ଟଙ୍କା ବୃଦ୍ଧି ପାଇଛି। ଏହା ପରେ ଦିଲ୍ଲୀରେ ସବସିଡି ଥିବା ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୯୫ ଟଙ୍କା୮୬ ପଇସାରୁ ବଢିକି ୪୯୬ ଟଙ୍କା ୧୪ ପଇସା ହୋଇଯାଇଛି।
ଆଇଓସିର ଓ୍ବେବସାଇଟର ସୂଚନା ଅନୁସାରେ ୧ ଜୁନରୁ ଦିଲ୍ଲୀରେ ସବସିଡି ଥିବା ସିଲିଣ୍ଡରର ମୂଲ୍ୟ ୪୯୭ ଟଙ୍କା ହୋଇଯାଇଛି। ସେଭଳି ମୁମ୍ବାଇରେ ଏହା ୪୯୫ଟଙ୍କା ୦୯ ପଇସା ହୋଇଥିବା ବେଳେ କୋଲକାତାରେ ୫୦୦ଟଙ୍କା ୫୨ ପଇସା ଓ ଚେନ୍ନାଇରେ ୪୮୫ଟଙ୍କା ୨୫ ପଇସା ହୋଇଛି। ୧ଅପ୍ରେଲରୁ ମଧ୍ୟ ରୋଷେଇ ଗ୍ୟାସର ଦାମରେ ବୃଦ୍ଧି ଘଟିଥିଲା। ଅୟଲ ମାର୍କେଟିଂ କମ୍ପାନୀ(ଆଇଓସି,ବିପିସିଏଲ, ଏଚପିସିଏଲ)ମାନେ ବିନା ସବସିଡି ଥିବା ଗ୍ୟାସ ସିଲିଣ୍ଡର ଦାମରେ ୫ ଟଙ୍କା ପ୍ରତି ସିଲିଣ୍ଡର ବଢାଇଥିଲେ। ସେଭଳି ସବସିଡି ଥିବା ସିଲିଣ୍ଡରର ମୂଲ୍ୟରେ ୨୫ ପଇସା ବୃଦ୍ଧି ପାଇଥିଲା। ଦିଲ୍ଲୀରେ ଇଣ୍ଡେନର ୧୪.୨ କିଲୋଗ୍ରାମ ସବସିଡି ସିଲିଣ୍ଡରର ମୂଲ୍ୟ ୭୧୨.୫୦ ଟଙ୍କା ରହିଛି।