ଲକ୍ଷ୍ନୌକୁ ହରାଇ ଦ୍ବିତୀୟ କ୍ବାଲିଫାୟରରେ ପହଞ୍ଚିଲା ମୁମ୍ବାଇ; ଆକାଶ ମାଧବାଲଙ୍କ ଘାତକ ବୋଲିଂ

Image Courtesy: IPL twitter
ଚେନ୍ନାଇ,୨୪/୦୫: ବୁଧବାର ଚେନ୍ନାଇରେ ଲକ୍ଷ୍ମୌ ସୁପର ଜାଏଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ ମଧ୍ୟରେ ହୋଇଥିବା ଏଲିମିନେଟର ମୁକାବିଲାରେ ବାଜି ମାରିଲା ମୁମ୍ବାଇ। ଦଳ ଲକ୍ଷ୍ନୌକୁ ୮୧ ରନ୍ରେ ପରାସ୍ତ କରି ଗୁଜରାଟ ଟାଇଟନ୍ସ ସହ ପରବର୍ତ୍ତି ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟପଟେ ଲକ୍ଷ୍ନୌ ମ୍ୟାଚ୍ ହାରି ଚଳିତ ଆଇପିଏଲ୍ରେ ବିଦାୟ ନେଇଛି।
ଆଜିର ମୁକାବିଲାରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ବିନିମୟରେ ୧୮୨ ରନ୍ କରିଥିଲା। ଜାବାବରେ ଲକ୍ଷ୍ନୌ ମାତ୍ର ୧୬.୩ ଓଭରରେ ୧୦୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଲକ୍ଷ୍ନୌ ପକ୍ଷରୁ ମାର୍କସ ଟୋଇନ୍ସ ସର୍ବାଧିକ ୪୦ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ୨୦ ରନ୍ ପୂରା କରିପାରି ନଥିଲେ। ଅନ୍ୟମାନଙ୍କ ମଧ୍ୟରେ କେୟଲ ମେୟର୍ସ ୧୮ ଓ ଦୀପକ ହୁଡ୍ଡା ୧୫ ରନ୍ କରିଥିବା ବେଳେ ଅନ୍ୟ କୌଣସି ବି ଖେଳାଳୀ ୧୦ ରନ୍ ବି ଟପି ପାରିନାହାନ୍ତି।