ଲକ୍ଷ୍ନୌ,୧୬/୧ :  ଲକ୍ଷ୍ନୌର ମଲିହାବାଦରେ ଡବଲ ମର୍ଡ଼ରର ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଗୋଟିଏ ୬ବର୍ଷର ଝିଅ ଏବଂ ତା’ର ୨୫ବଷୀୟ ମା’କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବରପାଇ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଖୋଜିବାରେ ଲାଗିଛି । ଏଥିଲାଗି ପୋଲିସର ଟିମ୍ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ବହୁ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି । ପୋଲିସ ଅଫିସର ଏହି ଘଟଣାର ଯାଞ୍ଚରେ ଲାଗିଛନ୍ତି । ମାତ୍ର ଏବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରିବା ଲାଗି ପରିବାର ଲୋକଙ୍କୁ ପଚରାଉଚରା ଚଳାଇଛି ।

ଏହି ମାମଲାରେ ପୋଲିସର କହିବା ଅଟେ କି ମଲିହାବାଦର ଇଶାପୁର ଗାଁରେ ଡବଲ ମର୍ଡରର ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏକ ୬ବର୍ଷୀୟ ଶିଶୁ ଏବଂ ତା’ର ମା‘ ଗୀତାର ହତ୍ୟା କରାଯାଇଛି । ଖବରପାଇ ପୋଲିସ ପହଞ୍ଚି ପୁରା ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି ।