ଗୁଜରାଟ: ଆଇପିଏଲ ୨୦୨୫ର ୬୪ତମ ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଟେବୁଲ ଟପ୍ର ଗୁଜରାଟ ଟାଇଟାନ୍ସକୁ ୩୩ ରନ୍ରେ ପରାସ୍ତ କରିଛି। ଗୁରୁବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ୨୩୬ ରନ୍ର ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ ଟାଇଟାନ୍ସ ୨୦ ଓଭର ସୁଦ୍ଧା ୭ ୱିକେଟ୍ ବିନିମୟରେ କେବଳ ୨୦୨ ରନ୍ ସଂଗ୍ରହ କରିପାରିଥିଲା। ଲକ୍ଷ୍ନୌ ୨୦ ଓଭରରେ ୨ ୱିକେଟ୍ ହରାଇ ୨୩୫ ରନ୍ ହାସଲ କରିଥିଲା।
ଲକ୍ଷ୍ନୌ ପାଇଁ ୱିଲିୟମ୍ ଓ'ରାଉର୍କ ୩ଟି ୱିକେଟ ନେଇଥିଲେ। ସେହିଭଳି ଆବେଶ ଖାନ ଏବଂ ଆୟୁଷ ବାଡୋନି ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଗୁଜୁରାଟର ଶାହରୁଖ ଖାନ ୫୭, ଶେରଫେନ ରଦରଫୋର୍ଡ ୩୮ ଏବଂ ଜସ୍ ବଟଲର୍ ୩୩ ରନ ସଂଗ୍ରହ କରିଥିଲେ। ଦଳ ପାଇଁ ଅଧିନାୟକ ଶୁଭମନ ଗିଲ ୩୫ ରନ ଏବଂ ସାଇ ସୁଦର୍ଶନ ୨୧ ରନର ଅବଦାନ କରିଥିଲେ। ସୁପରଜିଆଣ୍ଟସ୍ ପାଇଁ ମିଚେଲ ମାର୍ଶ ୬୪ ବଲ୍ ରେ ୮ଟି ଛକା ସହାୟତାରେ ୧୧୭ ରନ୍ ସଂଗ୍ରହ କରିଥିଲେ। ନିକୋଲାସ ପୁରନ୍ ୨୭ ବଲ୍ରେ ୫୬ ରନ୍ ଯୋଗଦାନ ଦେଇଥିଲେ। ଅରଶଦ ଖାନ ଏବଂ ସାଇ କିଶୋର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।