ନୂଆଦିଲ୍ଲୀ: ଶତକରୁ ବଞ୍ଚିତ ହେଲେ ମିଚେଲ ମାର୍ଶ । ୫୭ ବଲରୁ କଲେ ୯୬ । ମାର୍ଶ ଏବଂ ଜସ୍ ଇଂଲିସଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି । ରାଜସ୍ଥାନ ଆଗରେ ୨୨୧ ରନର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ । ୫ ଓ୍ବିକେଟ ବିନିମୟରେ ୨୨୦ ରନ କରିବାରେ ସକ୍ଷମ ହୋଇଛି ଲକ୍ଷ୍ନୌ । ଏହି ସ୍କୋରର କଲେ ରାଜସ୍ଥାନର ପ୍ଲେଅଫ ଆଶା ଉଜ୍ଜିବିତ ହେବ ।

ଟସ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳର ଦୁଇ ଓପନର ଇଂଲିସ ଏବଂ ମାର୍ଶ ଦମଦାର ଆରମ୍ଭ କରିଥିଲେ । ମାର୍ଶ ୯୬ ରନ କରିଥିବାବେଳେ ଇଂଲିସ ୨୯ ବଲରୁ ୬୦ ରନ କରିଥିଲେ । ଉଭୟ ବଡ଼ ବଡ଼ ସଟ୍ ଖେଳିଥିଲେ । ମାତ୍ର ଦଳର ଅନ୍ୟ ଖେଳାଳିଙ୍କ ମଧ୍ୟରେ ପନ୍ତ ୩୫ ଏବଂ ପୂରନ ୧୬ ରନ କରିଛନ୍ତି ।

ସେପଟେ ରାଜସ୍ଥାନ ପକ୍ଷରୁ ୟଶରାଜ ପୁଞ୍ଜା ୨ ଓ୍ବିକେଟ ଅକ୍ତିଆ କରିଛନ୍ତି । ଏବଂ ଜୋଫ୍ରା ଆର୍ଚର ଗୋଟିଏ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । ବାକି ବୋଲର ଆଜି ଓ୍ବିକେଟ ଲେସ୍ ରହିଛନ୍ତି ।

ଏହାସହ ପଢ଼ନ୍ତୁ : Viral Video: କାନ୍ଧରେ ବସାଇଲେ, ଫୁଲ ବର୍ଷା କଲେ: ଦୁଷ୍କର୍ମକାରୀକୁ ଏମିତି ସ୍ବାଗତର ଭିଡିଓ ଭାଇରାଲ