ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଜେଲରେ ଥିଲେ । ୯ ମାସ ପରେ ବେଲରେ ଆସିଲେ । ହେଲେ ତାଙ୍କୁ କରାଯାଇଥିବା ଭବ୍ୟ ସ୍ବାଗତର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । କାନ୍ଧରେ ବସାଇଛନ୍ତି, ସ୍ଲୋଗାନ ଦେଉଛନ୍ତି ସମର୍ଥକ । ଉତ୍ତରପ୍ରଦେଶର ଗାଜିଆବାଦରୁ ସାମ୍ନାକୁ ଆସିଛି ଏଭଳି ଏକ ଭିଡିଓ । ଜେଲରୁ ମୁକୁଳିଥିବା ଯୁବକ ଜଣକ ହେଲେ ସୁଶୀଲ ପ୍ରଜାପତି । ହିନ୍ଦୁ ଯୁବ ବାହିନୀ ସହ ସେ ଜଡ଼ିତ ରହିଥିଲେ । ଏବେ ଜେଲରୁ ମୁକୁଳିବା ପରେ ଭିଡିଓ ଭାଇରାଲକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି ଅଖିଳେଶ ଯାଦବ ।
Who are these guys welcoming an alleged rapist?India Shocking :: Rape Accused grand welcome In a shocking incident from Ghaziabad, a right-wing leader, accused of allegedly raping a law student, has been granted bail after spending around eight months in jail. After his release pic.twitter.com/d7VriO0g0v
— Asif Ansari (@Asifansari9410) May 18, 2026
କହି ରଖୁଛୁ କି, ଜଣେ ଆଇନ୍ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲରେ ରହିଥିଲେ । ଛାତ୍ରୀଙ୍କ ଜଣେ ଓକିଲଙ୍କ ସହ ପରିଚୟ କରାଇବା ବାହାନାରେ ଫ୍ଲାଟରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ସେ ୯ ମାସ ହେବ ଜେଲରେ ରହିଥିଲେ । ଗତ ୧୭ ତାରିଖରେ ସେ ମୁକୁଳିଛନ୍ତି । ଆଉ ତାଙ୍କୁ କାନ୍ଧରେ ବସାଇ, ଫୁଲମାଳ ପକାଇ ଭି’ ଦେଖାଇ ସ୍ବାଗତ କରାଯାଇଛି । ତେବେ ଏ ଭିଡିଓ ଭାଇରାଲ ହେବାରେ ପରେ ପୁଲିସ କହିଛନ୍ତି କି, ଶୋଭାଯାତ୍ରା ସାମିଲ ଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଉଛି । ଏଗୁଡ଼ିକୁ ଜବତ କରାଯିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେପଟେ ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ସେ ଏକ୍ସରେ ପୋଷ୍ଟ କରି ଅଭିଯୁକ୍ତମାନେ କିଭଳି ଉତ୍ସବ ମନାଉଛନ୍ତି ବୋଲି କହି ସମାଲୋଚନା କରିଛନ୍ତି । ଆଇନ ଶୃଙ୍ଖଳା ଉପରେ ଏତେ ଡିଣ୍ଡିମ ପିଟୁଥିବା ସରକାର ଏ ସବୁ ଉପରେ ନଜର ରଖନ୍ତୁ ବୋଲି ଅଖିଳେଶ କହିଛନ୍ତି । ଏହାସହ ସେ କହିଛନ୍ତି କି, ଅଭିଯୁକ୍ତ ତାଙ୍କ ଦଳର ହୋଇଥିବାରୁ ଏଭଳି ଶୋଭାଯାତ୍ରାରେ ଅଣାଯାଉଛି । ତାଙ୍କୁ ଯେଭଳି ଭାବେ ସ୍ବାଗତ କରାଯାଉଛି ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଅଖିଳେଶ ।
ଏହାସହ ପଢ଼ନ୍ତୁ : ସ୍ତ୍ରୀ ଉପରେ ସନ୍ଦେହ, ପୁଅ ଜନ୍ମ ହେଲାନି ବୋଲି ଗୁପ୍ତାଙ୍ଗରେ ଏସିଡ୍ ପକାଇଲେ ସ୍ବାମୀ