PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ଧନୀ ହେଲେ ବର୍ଣ୍ଣାଡ ଆର୍ନାଲ୍ଟ, କେଉଁ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନି ଜାଣନ୍ତୁ…

ୱାଶିଂଟନ ୧୮।୭ : ବିଲ ଗେଟ୍ସ ନୁହେଁ ଏବେ ବର୍ଣ୍ଣାଡ ଆର୍ନାଲ୍ଟ (୭୦) ହେଉଛନ୍ତି ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ଧନୀ ବ୍ୟକ୍ତି। ବିଳାସପୂର୍ଣ୍ଣ ସାମଗ୍ରୀ କମ୍ପାନୀ ଏଲଭିଏମଏଚର ଅଧ୍ୟକ୍ଷ ବର୍ଣ୍ଣାଡ଼ଙ୍କ ସମ୍ପତ୍ତି ଏବେ ୭.୪୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଅନ୍ୟପକ୍ଷରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଏବେ ସବୁଠୁ ବଡ଼ ଧନୀ ତାଲିକାର ତୃତୀୟ ନମ୍ବର ସ୍ଥାନକୁ ଖସି ଆସିଛନ୍ତି। ବର୍ଣ୍ଣାଡ଼ଙ୍କ କମ୍ପାନୀ ଏଲଭିଏମଏଚର ପ୍ରତି ସେୟାର ମୂଲ୍ୟ ୧.୩୮% ବୃଦ୍ଧି ସହ ମଙ୍ଗଳବାର ତାଙ୍କ ମୋଟ ସମ୍ପତ୍ତି ୧୦୮ ଶହ କୋଟି ଡଲାର (୭.୪୫ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି। ସେପଟେ ବିଲଗେଟ୍ସଙ୍କ ମୋଟ ସମ୍ପତ୍ତି ୧୦୭ ଶହ କୋଟି ଡଲାର (୭.୩୮ ଲକ୍ଷ କୋଟି ଟଙ୍କା) ରହିଛି।

ବିଲଗେଟ୍ସ ଦୀର୍ଘ ୭ ବର୍ଷ ପରେ ବ୍ଲୁମବର୍ଗର କୋଟିପତି ତାଲିକାର ତୃତୀୟ ନମ୍ବର ସ୍ଥାନକୁ ଖସିଛନ୍ତି। ଏଥିରେ ସାମିଲ ବିଶ୍ୱର ୫୦୦ ଧନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରତି ଦିନ ଆମେରିକା ସେୟାର ବଜାର ବନ୍ଦ ହେବା ପରେ ଅପଡେଟ ହୋଇଥାଏ। ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫବେଜୋସ। ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୧୨୫ ଶହ କୋଟି ଡଲାର। ଏହି ତାଲିକାରେ ଭାରତର ମୁକେଶ ଅମ୍ବାନୀ ୧୩ ନମ୍ବର, ଅଜିମ ପ୍ରେମଜୀ ୪୮ ନମ୍ବର, ଶିବ ନାଦାର ୯୨ ଏବଂ କୋଟାକ ମହିଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦେଶକ ଉଦୟ କୋଟାକ ୯୬ ନମ୍ବର ସ୍ଥାନରେ ଅଛନ୍ତି।