ମଦ ଦୋକାନ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ଆଲମିରାକୁ କଟର୍ରେ କାଟି ଲୁଟିନେଲେ ଅଢ଼େଇ ଲକ୍ଷ ଟଙ୍କା

ଦେବଗଡ,୨୩/୦୧: ମଦ ଦୋକାନ ମ୍ୟାନେଜରଙ୍କ ଘରେ କଳାକାନା ବୁଲାଇଲେ ଲୁଟେରା। ଘର କବାଟ ଭାଙ୍ଗିବା ସହ ଆଲମିରାକୁ କଟର୍ରେ କାଟି ଲୁଟିନେଲେ ଅଢ଼େଇ ଲକ୍ଷ ଟଙ୍କା । ଏହି ଲୁଟ୍ ଘଟଣା ଗତକାଲି ବିଳମ୍ବିତ ରାତିରେ ମଡେଲ ଥାନା ଅଞ୍ଚଳରେ ଘଟିଛି। ସହରରେ ଉତ୍ସବ ମୁଖରିତ ଥିବା ସୁଯୋଗ ନେଇ ଲୁଟ୍ କରି ଦୁର୍ବୃତ୍ତ ମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ଏହା ପରେ ମଡେ ଥାନା ପୋଲିସ ଆକ୍ସନ୍ ମୋଡ଼କୁ ଆସିବା ସହ ତନାଘନା ଆରମ୍ଭ କରିଛି।
ସୂଚନାମତେ, ପ୍ରଧାନପାଟ ମହୋତ୍ସବରେ ସହର ବାସୀ ମୁଖରିତ ଥିବା ବେଳଳେ ଗତକାଲି ବିଳମ୍ବିତ ରାତିରେ ଘରୋଇ ବସ୍ ଷ୍ଟାଣ୍ଡ ନିକଟ ପ୍ରଧାନପାଟ ଏଫଏଲ୍ ସପ୍ ମ୍ୟାନେଜର ଗଣେଶ ପ୍ରସାଦ(୫୪) ମ୍ୟୁନିସିପାଲିଟୀ ଅଫିସ୍ ସମ୍ମୁଖରେ ଏକ ଘରଭଡାରେ ଲୁଟ କରିଛନ୍ତି ଦୁର୍ବୃତ୍ତ। ଘର ମାଲିକଙ୍କ ପରିବାର ଉତ୍ସବ ଦେଖିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରାମାନେ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ଏପରିକି କଟର୍ ମେସିନ୍ ସାହାଯ୍ୟରେ ଷ୍ଟିଲ୍ ଆଲମିରା କାଟି ୨.୫ ଲକ୍ଷ ଟଙ୍କା ନେଇଯାଇଥିଲେ। ତେବେ ବିଳମ୍ବିତ ରାତି ଘରକୁ ଫେରିବା ପରେ ସମ୍ପୃକ୍ତ ମ୍ୟାନେଜର ଶ୍ରୀ ପ୍ରସାଦ ଏଭଳି ଘଟଣା ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।