ନୂଆଦିଲ୍ଲୀ : ନେପାଳର ମଧେଶ ପ୍ରଦେଶରେ ସୋମବାର ବଡ଼ ଧରଣର ରାଜନୀତିକ ବିବାଦ ସୃଷ୍ଟି ହୋଇଛି। ସିପିଏମ୍‌-ୟୁଏମଏଲର ସଂସଦୀୟ ଦଳ ନେତା ସରୋଜ କୁମାର ଯାଦବଙ୍କୁ ମୁଖ୍ୟମନ୍ତ୍ରୀ  କରାଯିବାର ତୁରନ୍ତ ପରେ ଜନକପୁରଧାମର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଏଭଳି ଭଙ୍ଗାରୁଜା ଘଟଣା ଘଟିଛି। ମଧେଶ ପ୍ରଦେଶର ରାଜନୀତିରେ ଗୋଳମାଳ ସ୍ଥିତି ସେତେବେଳେ ସୃଷ୍ଟି ହୋଇଛି, ଯେତେବେଳେ ପ୍ରଦେଶର ପ୍ରମୁଖ ସୁମିତ୍ରା ସୁବେଦୀ ଭଣ୍ଡାରୀ, ସୋମବାର ବର୍ଦିବାସର ଏକ ହୋଟେଲରୁ ସିପିଏନ୍‌-ୟୁଏମଏଲ ନେତା ସରୋଜ କୁମାର ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେଇ ଥିଲେ। କେପି ଶର୍ମା ଓଲିଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ନିଯୁକ୍ତ ଭଣ୍ଡାରୀ ନେପାଳୀ କଂଗ୍ରେସର ନେତୃତ୍ୱର ଗଠବନ୍ଧନକୁ ଅଣଦେଖା କରି ଏହି ପଦକ୍ଷେପ ନେଇଛନ୍ତି। ସବୁ ରାଜନୀତିକ ଦଳ ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାରତର ସୀମା ନିକଟରେ ଏହି ସମ୍ୱେଦନଶୀଳ କ୍ଷେତ୍ରରେ ମଧେଶୀ ସଂପ୍ରଦାୟର ଦୀର୍ଘ ଦିନରୁ ଚାଲି ଆସିଥିବା ରାଜନୀତିକ ଦାବି ଗୁଡ଼ିକ ମଧ୍ୟରେ ଏହି ଘଟଣା ଉତ୍ତେଜନାକୁ ଆହୁରି ବଢାଉଛି।

ସୂଚନା ଆଧାରରେ , ରାଜ୍ୟ ବିଧାନସଭାର କିଛି ସଦସ୍ୟ ଅନ୍ୟ ଲୋକଙ୍କ ସହ ମିଶି ମୁଖ୍ୟମନ୍ତ୍ରୀଙ୍କ କକ୍ଷରେ ଅନୁପ୍ରବେଶ କରିଥିଲେ ଏବଂ ଫର୍ଣ୍ଣିଚର ଓ ସଂପତ୍ତିକୁ କ୍ଷତି କରିଥିଲେ। ସେ କାର୍ଯ୍ୟାଳୟରେ ଲାଗିଥିବା ଜାତୀୟ ପତାକାକୁ ମଧ୍ୟ ଫିଙ୍ଗି ଦେଇଥିଲେ। ଏହି ଘଟଣା ପ୍ରଦେଶ ପ୍ରମୁଖ ସୁମିତ୍ରା ସୁବେଦୀ ଭଣ୍ଡାରୀଙ୍କ ଦ୍ୱାରା ସମ୍ୱିଧାନର ଅନୁଚ୍ଛେଦ ୧୬୮ (୩) ଅନୁସାରେ ମହୋତ୍ତରୀ ଜିଲ୍ଲାର ବର୍ଦିବାସରେ  ଏକ ହୋଟେଲରେ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର କିଛି ହିଁ ମିନିଟ୍‌ ପରେ ହୋଇଛି। ଏହି ନିଷ୍ପତ୍ତି ପୂରା ପ୍ରଦେଶରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି। ଘଟଣା ପରେ ସରକାରୀ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆ ଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ୍ଦ୍ର ସୋନଲ (ରବିବାର ଇସ୍ତଫା ଦେଇ ଥିଲେ) ଭଣ୍ଡାରୀଙ୍କ ଉପରେ ମଧେଶର ଲୋକଙ୍କ ସହ ବିଶ୍ୱାସଘାତର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଯେ, ଯାଦବଙ୍କୁ ଗୁପ୍ତ ଉପାୟରେ ନିଯୁକ୍ତ କରାଯାଇଛି, ଯାହାକି ସେ କାଠମାଣ୍ଡୁରେ ଚିକିତ୍ସାର ବାହାନାରେ ଥିଲେ।  ନେପାଳୀ କଂଗ୍ରେସ , (ଯିଏ ୟୁଏମଏଲ ଗଠବନ୍ଧନରୁ ଅଲଗା ହୋଇ ମାଓବାଦୀ କେନ୍ଦ୍ର ଓ ମଧେଶୀ ପାର୍ଟିଙ୍କ ସହ ନୂଆ ସରକାର ଗଠନର ଦିଗରେ ବଢୁଥିଲେ ) ମଧ୍ୟ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛି। କଂଗ୍ରେସ ମହାସଚିବ ବିଶ୍ୱ ପ୍ରକାଶ ଶର୍ମା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏହି ସଂଘୀୟ ରାଜନୀତି ପାଇଁ  ‘ଟ୍ରାଜେଡି’ ବୋଲି କହିଛନ୍ତି। ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ, ଏହି ରାଜନୀତି –ବିରୋଧୀ ନୀତି ସଂଘବାଦ ପ୍ରତି ଜନତାଙ୍କ ନିରାଶାକୁ ବଢାଇବ। ଅନୁଚ୍ଛେଦ ୧୬୮(୨) ଅନୁସାରେ ସରକାର ଗଠନ କରାଯାଇ ପାରିଥାନ୍ତା , ତଥାପି ମଧ୍ୟ ଏହି ତମାସା ରଚା ଗଲା। ଆମେ ନ୍ୟାୟପାଳିକା ଠାରୁ ଆଶା କରୁଛୁ ଯେ, ସେ ଏହାକୁ ଠିକ୍ କରିବେ।

ଅନ୍ୟପଟେ , ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି (ଆରପିପି) ମଧ୍ୟ ପ୍ରଦେଶ ପ୍ରମୁଖର ଏହି ବିବାଦାସ୍ପଦ ନିଷ୍ପତ୍ତିର ଖୁବ୍‌ ଜୋରରେ ବିରୋଧ କରିଛନ୍ତି। ପାର୍ଟି ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଲିଙ୍ଗଡେନ ଏହାକୁ ପାର୍ଟି ଅନୁଶାସନର ଗୁରୁତର ଉଲ୍ଲଙ୍ଘନ ବୋଲି କହିଛନ୍ତି।