ମୁମ୍ୱାଇ : ବଲିଉଡର ଧକ୍ ଧକ୍ ଗର୍ଲ ନାମରେ ପ୍ରସିଦ୍ଧ ମାଧୁରୀ ଦୀକ୍ଷିତଙ୍କ ସଫଳ କ୍ୟାରିୟର ବିଷୟରେ ଦୁନିଆରେ ଖୁବ୍ ଆଲୋଚନା ହୁଏ। ବକ୍ସ ଅଫିସରେ ହିଟ୍ ହୋଇଥିବା ତାଙ୍କ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ ଓ ତାଙ୍କ ଡ୍ୟାନ୍ସ ଗୀତର ଖୁବ୍‌ ଚର୍ଚ୍ଚା ହୁଏ। କିନ୍ତୁ ଆପଣ କଣ ଜାଣନ୍ତି କି, ମାଧୁରୀଙ୍କ କ୍ୟାରିୟରର ଆରମ୍ଭ ଫ୍ଲପ୍ ଫିଲ୍ମରୁ ହୋଇଥିଲା ? ୧୯୮୪ ମସିହାରେ ଆସି ଥିବା ଫିଲ୍ମ ‘ ଅବୋଧ ’ର ଅଭିନେତ୍ରୀ ଅନେକ ଫ୍ଲପ୍ ଫିଲ୍ମରେ କାମ କରିଛନ୍ତି।  ସେଥିରେ ଏକ ଏମିତି ଫିଲ୍ମ ଥିଲା , ଯେଉଁଥିରେ ମାଧୁରୀଙ୍କୁ ହିରୋଙ୍କ ପତ୍ନୀଙ୍କର ପୋଷାକ ପିନ୍ଧା ଯାଇ ଥିଲା। ଫିଲ୍ମର ପ୍ରଡ୍ୟୁସରଙ୍କ ପାଖରେ ଟଙ୍କା ନଥିଲା।

ଶେଖର ସୁମନ ତାଙ୍କର ଏକ ସାକ୍ଷାତକାରରେ ମାଧୁରୀ ଦୀକ୍ଷିତଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ବଖାଣି ଥିଲେ। ସେ କହିଥିଲେ- ରେଖାଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ ‘ସଂସାର’ ପରେ ତାଙ୍କୁ ଏକ ଫିଲ୍ମ ଅଫର ହୋଇ ଥିଲା। ପ୍ରଯୋଜକ ସରୱନ ସିଂହ ରହଲ ଅଭିନେତାଙ୍କୁ କହିଥିଲେ ଯେ, ମାଧୁରୀ ଦୀକ୍ଷିତ ନାମକ ଜଣେ ନୂଆ ଝିଅ ଆସିଛନ୍ତି। ସେ ଫିଲ୍ମର ହିରୋଇନ। ସେହି ସମୟରେ, ଶେଖର ସୁମନ ତାଙ୍କ ପ୍ରଯୋଜକଙ୍କ ହିରୋଇନ ମାଧୁରୀଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ। ମାଧୁରୀ ସେହି ସମୟରେ ଗାଧୋଇବାକୁ ଯାଇଥିଲେ। ଯେତେବେଳେ ସେ ଫେରିଲେ, ତାଙ୍କ ସୌନ୍ଦର୍ଯ୍ୟକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ମାଧୁରୀଙ୍କୁ ଦେଖିବା କ୍ଷଣି ଶେଖର ଫିଲ୍ମ ପାଇଁ ହଁ କହି ଥିଲେ।

ଶେଖର ସୁମନ ଆହୁରି କହିଛନ୍ତି , ପ୍ରଯୋଜକଙ୍କ ପାଖରେ ବଜେଟ୍ ଖୁବ୍ କମ୍ ଥିଲା । ତେଣୁ, ସେ ତାଙ୍କ ଘରେ ଫିଲ୍ମଟି ସୁଟିଂ କରିବାକୁ ଅନୁରୋଧ କଲେ। ମାଧୁରୀଙ୍କ ପାଖରେ ଟ୍ୟାକ୍ସି ପାଇଁ ଟଙ୍କା ନଥିଲା , ଏଥିପାଇଁ ଶେଖର ସୁମନ ନିଜେ ପ୍ରତିଦିନ ସକାଳେ ତାଙ୍କ ସ୍କୁଟରରେ ମାଧୁରୀଙ୍କ ଘରକୁ ତାଙ୍କୁ ଆଣିବାକୁ ଯାଉଥିଲେ, ସୁଟିଂ ପରେ ଅଭିନେତ୍ରୀଙ୍କୁ ଛାଡ଼ିବାକୁ ମଧ୍ୟ ଯାଉ ଥିଲେ। ଶେଖର ସୁମନ କହିଛନ୍ତି ଯେ, ପ୍ରଯୋଜକଙ୍କ ପାଖରେ ମେକଅପ୍ ଆର୍ଟିଷ୍ଟ କିମ୍ବା ପୋଷାକ ପାଇଁ ଟଙ୍କା ନଥିଲା। ତେଣୁ ଏହି ଫିଲ୍ମ ପାଇଁ ତାଙ୍କ ପତ୍ନୀ ଅଳକା , ମାଧୁରୀଙ୍କ ମେକଅପ୍ କରିଥିଲେ ଏବଂ ମାଧୁରୀ ଅନେକ ଦୃଶ୍ୟରେ ଅଳକାଙ୍କ ପୋଷାକ ପିନ୍ଧି ଥିଲେ। ଏହିପରି ଭାବରେ, ଏବଂ ଏତେ ସଂଘର୍ଷର ସମ୍ମୁଖୀନ ହେବା ପରେ, ମାଧୁରୀ ସଫଳତାର ସିଡ଼ି ଚଢ଼ି ଥିଲେ।

ଉଲ୍ଲେଖନୀୟ ଯେ, ଶେଖର ସୁମନ ଓ ମାଧୁରୀ ଦିକ୍ଷିତ ଯେଉଁ ଫିଲ୍ମରେ ଏକାଠି କାମ କରିଥିଲେ , ତାର ନାଁ ଥିଲା ମାନବ ହତ୍ୟା। ଏହି ଫିଲ୍ମ ୧୯୮୪ ମସିହାରେ ରିଲିଜ ହେଉ ଥିଲା। ଫିଲ୍ମରେ ଶେଖର ସୁମନ , ମାଧୁରୀ ଦିକ୍ଷିତଙ୍କ ବ୍ୟତୀତ ଗୁଲସନ ଗ୍ରୋଭର , ଅରବିନ୍ଦ ଦେଶପାଣ୍ଡେ , ଶରତ ସକ୍ସେନା , ରାଜେଶ ପୁରୀ , ଟମ୍ ଆଲଟର , ସୁଧୀର ଦଲଭି , ପ୍ରବୀଣ କୁମାର ଓ ସୁନୀଲ ଥାପାଙ୍କ ଭଳି କଳାକାର ଥିଲେ। ଏହି ଫିଲ୍ମର ମ୍ୟୁଜିକ୍ ଅନୁ ମଲିକ୍ ପ୍ରସ୍ତୁତ କରିଥିଲେ।

ଆହୁରି ମଧ୍ୟ ପଢନ୍ତୁ :  ରଜାକ୍ ଖାନଙ୍କୁ ହୋଟେଲରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଜାଭେଦ ଅଖତର ,ୱେଟରକୁ ଚିଠା ଦେଇ ପଠାଇଲେ ...