ରାତିରେ ଡାକ୍ତର ମୃତ ଘୋଷଣା କରିଥିଲେ, ସକାଳୁ କଥା କହିଲେ ରୋଗୀ

ସାଗର ୨୨।୬: ଏକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଜଣେ ରୋଗୀଙ୍କୁ ମୃତ ଘୋଷଣା କରିଥିଲେ, ତା’ ପରଦିନ ରୋଗୀ ଜଣକ କଥା କହୁଛନ୍ତି । ଏମିତି ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଡାକ୍ତରଙ୍କ ଏଭଳି ଅବହେଳା ଯୋଗୁଁ ରୋଗୀ ଓ ରୋଗୀଙ୍କର ସଂପର୍କୀୟ ମାନେ ହଟହଟା ହେଉଛନ୍ତି ।

କେବଳ ସେତିକି ନୁହେଁ ରୋଗୀଙ୍କୁ ରାତିରେ ଡାକ୍ତର ମୃତ ଘୋଷଣା କରିବା ପରେ ପରଦିନ ସକାଳୁ ପୋଷ୍ଟମର୍ଟମ ପାଇଁ ନିଆଯାଉଥିଲା । ଏହି ସମୟରେ ଡାକ୍ତରମାନେ ରୋଗୀ ବଂଚିଥିବା ଜାଣିପାରିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତରଙ୍କ କର୍ତ୍ତବ୍ୟକୁ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି । ମାମଲାର ତଦନ୍ତ ଚାଲିଛ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି କର୍ତ୍ତୃପକ୍ଷ କହିଛନ୍ତି ।

ରିପୋର୍ଟ ଅନୁସାରେ ଗୁରୁବାର ରାତି ଚିକିତ୍ସା ସମୟରେ ରୋଗୀକୁ ଡାକ୍ତର ମୃତ ଘୋଷଣା କରିଥିଲେ ।ପୋଷ୍ଟମର୍ଟମ ପାଇଁ ଶୁକ୍ରବାର ରୋଗୀଙ୍କୁ ନିଆଯାଇଥିଲା । ସେହି ସମୟରେ ଜଣାପଡ଼ିଥିଲା ଯେ, ରୋଗୀ ଜୀବିତ ଅଛନ୍ତି । ସିଏମଓ ଡା. ଆରଏସ ରୋଶନ କହିଛନ୍ତି, ଡାକ୍ତରଙ୍କର ଅବହେଳା ଯୋଗୁଁ ଏଭଳି ହୋଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି।